ଭୁବନେଶ୍ବର: ପାଟଣାଗଡ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା 5 ତାରିଖରେ ହେବ । ଓକିଲ ସଂଘର ଆନ୍ଦୋଳନ ପାଇଁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଝାରପଡା ଜେଲରେ ରହିବାକୁ ପଡିବ । ଆଜି(ସୋମବାର) ଶୁଣାଣି ପାଇଁ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ ବିଧାୟକ ସରୋଜ ମେହେର ।
ଏ ସମ୍ପର୍କରେ ଏଟ୍ରୋସିଟିର ପୀଡିତ ଜୟକାନ୍ତ ଶବର ଏବଂ ଅଭିଯୋଗକାରିଣୀ ପ୍ରବୀଣ ରାଜହଂସ, ଏସଡିପିଓ ପାଟଣାଗଡ଼ ଓ ସ୍ପେସିଆଲ ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଆଡିସନାଲ ଡିଷ୍ଟ୍ରିକ୍ଟ-ଏଣ୍ଡ ସେସନ ଜଜ କମ ସ୍ପେସିଆଲ ଜଜ ପାଟଣାଗଡ଼ ପତ୍ର ନଂ 22(4)ତା 29.06.19ରେ ନୋଟିସ ଜାରି କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ରାସ୍ତାକାମରେ ଅନିୟମିତତା ଦର୍ଶାଇ ପୂର୍ତ୍ତ ବିଭାଗର ଜେଇଙ୍କୁ ଶହେ ଥର ଉଠବସ ହେବାକୁ କହିଥିଲେ ବିଧାୟକ ସରୋଜ ମେହେର । ଏହି ଘଟଣାରେ ଗତ 23 ତାରିଖରେ ବିଧାୟକଙ୍କୁ ଗିରଫ କରାଯାଇଥିଲା । ଜାମିନ ଖାରଜ ହେବାରୁ ବିଧାୟକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ