ETV Bharat / state

ଟେଷ୍ଟ ଡ୍ରାଇଭ ନାଁରେ ବାଇକ ଲୁଟ, ହାଇପ୍ରୋଫାଇଲ ଠକ ଗିରଫ

author img

By

Published : Apr 27, 2019, 5:26 PM IST

ଟେଷ୍ଟ ଡ୍ରାଇଭ ନାଁରେ ଚାଲିଛି ବାଇକ ଲୁଟ । ଏମିତି ଜଣେ ହାଇପ୍ରୋଫାଇଲ ଠକକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୁଟର ନୂଆ ଟ୍ରେଣ୍ଡ। ଲୁଟେରାଙ୍କ ଟାର୍ଗେଟରେ ଏବେ ବାଇକ । ଟେଷ୍ଟ ଡ୍ରାଇଭ ନାଁରେ ଚାଲିଛି ବାଇକ ଲୁଟ। ପ୍ରଥମେ ଓଏଲକ୍ସରେ ସିଲେକ୍ଟ କରୁଥିଲେ। ପରେ ଏକ ସ୍ଥାନକୁ ଟେଷ୍ଟ ଡ୍ରାଇଭ ପାଇଁ ଡାକି ଗାଡି ନେଇ ଫେରାର ହେଉଥିଲେ। ଏମିତି ଜଣେ ହାଇପ୍ରୋଫାଇଲ ଠକକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଗିରଫ ଅଭିଯୁକ୍ତ ଜଣକ ଏସ ଅମିତ ପାତ୍ର । ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟାଉନରେ ହୋଇଥିବା ବେଳେ ତା'ଠାରୁ ୧୬ଟି ବାଇକ ଜବତ କରାଯାଇଛି । ଘଟଣାରେ ଜଣେ ଗାଡି ଗ୍ୟାରେଜ ମାଲିକକୁ ବି ପଚରାଉଚରା କରୁଛି ପୋଲିସ।

ସୂଚନାମୁତାବକ, ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ଯୁବତୀଙ୍କ ସ୍କୁଟିକୁ ଅନଲାଇନରେ ଦେଖି କିଣିବା ନେଇ ଡକାଇଥିଲା ଅଭିଯୁକ୍ତ। ପ୍ରଥମେ ଆଡଭାନସ ଯାଚିଥିଲା ପରେ ଟେଷ୍ଟ ଡ୍ରାଇଭ କରିଥିଲା। ତେବେ ଯୁବତୀଙ୍କ ଭଉଣୀ ଗାଡିରେ ବସି ଟେଷ୍ଟ ଡ୍ରାଇଭରୁ ଫେରିବା ମାତ୍ରେ ଅଭିଯୁକ୍ତ ଜଣକ ଗାଡି ନେଇ ଛୁ ମାରିଥିଲା। ଏନେଇ କମିଶନରେଟ ପୋଲିସ ନିକଟରେ ଅଭିଯୋଗ ପରେ ସ୍ପେଶାଲ ସ୍କ୍ବାର୍ଡ ଜରିଆରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।

ଗାଡିକୁ ନେଇ ନୟାଗଡର ଏକ ଗ୍ୟାରେଜରେ ନମ୍ବର ଓ କଲର ବଦଳାଇ ସେକେଣ୍ଡ ହାଣ୍ଡ ଭାବେ ବିକ୍ରି କରୁଥିଲା ଅଭିଯୁକ୍ତ । ଏଥିପାଇଁ କେବଳ ଭୁବନେଶ୍ବର ନୁହେଁ, କଟକ, ବ୍ରହ୍ମପୁରରେ ବି ଏଭଳି ଲୁଟପାଟ କରୁଥିଲା। ଧରାପଡିବା ପରେ ଏମାନଙ୍କ ଲିଙ୍କ ଖୋଜୁଛି ପୋଲିସ। ଜଣେ ଗ୍ୟାରେଜ ମାଲିକକୁ ପଚରାଉଚରା ଜାରି ରହିଥିବା ବେଳେ ବିଶେଷ କରି ନୟାଗଡ ଓ କୋରାପୁଟ, ଜୟପୁରକୁ ଏସବୁ ପଠାଉଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.