ETV Bharat / state

‘ଜଗା-ବଳିଆଙ୍କ ଫେରିବା ନିଷ୍ପତ୍ତି ଏମ୍ସ ନେବ’ - Jaga Balia

କେବେ ଓଡିଶା ଆସିବେ ଜଗା-ବଳିଆ ? ଦିଲ୍ଲୀ ଏମ୍ସ ହିଁ ଏନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Jul 1, 2019, 12:11 PM IST

ଭୁବନେଶ୍ବର: କେବେ ଓଡିଶା ଫେରିବେ ଜଗା-ବଳିଆ ? ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଦୁଇ ଭାଇ ଖୁବଶୀଘ୍ର ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ଚର୍ଚ୍ଚା ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଜଗା-ବଳିଆ ଫେରିବା ନେଇ ଦିଲ୍ଲୀ ଏମ୍ସ ହିଁ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ସ୍ବାସ୍ଥ୍ଯମନ୍ତ୍ରୀଙ୍କ କହିବା କଥା ହେଲା, ଜଗା ବଳିଆଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ଏମ୍ସ ହିଁ ନେବ । ଏମ୍ସ ଯାହା କହିବ, ସେହି ହିସାବରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ତେବେ ଜଗା-ବଳିଆ ଭୁବନେଶ୍ବର ଆସିଲେ, ତାଙ୍କ ସହ ଏମ୍ସର ଏକ ଡାକ୍ତରୀ ଦଳ ମଧ୍ୟ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ହେଲେ ପ୍ରତ୍ୟାବର୍ତ୍ତନ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନଥିବା ସେ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଯୋଡା ମୁଣ୍ଡିଆ ଦୁଇ ଭାଇ ଜଗା-ବଳିଆଙ୍କ ଅପରେସନ ହୋଇ ମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏକ୍ସରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ଭୁବନେଶ୍ୱର () ଚାଷୀ ଓ ଚାଷ ପ୍ରସଙ୍ଗରେ ଆଲୋଚନା ଦାବିରେ ଆଜି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଫଳରେ ମାତ୍ର 2 ମିନିଟ ପରେ ବିଧାନସଭା 11ଟା 30 ପର୍ଯ୍ୟନ୍ତ ମୁଲତବୀ ହୋଇଛି । କଂଗ୍ରେସ 3 ଦିନ ତଳେ ରାଜ୍ୟର ଚାଷ ଓ ଚାଷୀ ସମସ୍ୟାକୁ ନେଇ ମୁଲତବୀ ନୋଟିସ ଦେଇଥିଲେ । କିନ୍ତୁ ଆଜି ଯାଏଁ ଏହି ପ୍ରସ୍ତାବ ଗ୍ରହଣ ହୋଇନଥିବାରୁ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ବିଧାୟକ ତାର ବାହିନୀ ପତିଙ୍କୁ ବାଚସ୍ପତି ବାରମ୍ବାର ତାଗିଦ କରିବା ସତ୍ୱେ ହଟ୍ଟଗୋଳ ବନ୍ଦ ହୋଇନଥିଲା । 

ବାଇଟ - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ
(Sent in Live u)
ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
(Sent in Mojo by Ghana)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.