ETV Bharat / state

ସ୍ବାସ୍ଥ୍ୟସେବାରେ ଖସୁଛି ଓଡିଶା, ଘେରିଲେ ବିରୋଧୀ

ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ଯସେବାକୁ ବିଧାନସଭାରେ ପ୍ରସଙ୍ଗ କଲେ ବିରୋଧୀ । ବଖାଣିଛନ୍ତି ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 26, 2019, 9:15 PM IST

ଭୁବନେଶ୍ବର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦିନକୁ ଦିନ ତଳକୁ ଖସୁଛି ଓଡିଶା । ଯେତେ ଡିଣ୍ଡିମ ପିଟିଲେ ମଧ୍ୟ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ସରକାରଙ୍କ ଏଭଳି ସତକୁ ଖୁଲାସା କରିଛି । ନୀତି ଆୟୋଗଙ୍କ ରିପୋର୍ଟ କହୁଛି, ଗତବର୍ଷ ତୁଳନାରେ ଓଡିଶା ଗୋଟିଏ ପାଦ ତଳକୁ ଖସିଛି । ୨୧ଟି ବଡ ରାଜ୍ୟ ମଧ୍ୟରୁ ଓଡିଶା ୨୦୧୮ରେ ୧୮ ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ୧୯ ତମ ସ୍ଥାନକୁ ଖସିଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାର ପ୍ରମୁଖ କାରଣ ଟୀକାକରଣରେ ସରକାରୀ ବିଫଳତା । ଟିବି ଚିକିତ୍ସା କ୍ଷେତ୍ରରେ ମଧ୍ୟ ଓଡିଶାକୁ ସଫଳତା ମିଳିନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହେବା ପ୍ରସଙ୍ଗକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଣି ବିରୋଧୀ ଘେରିଛନ୍ତି । ରାଜ୍ୟରେ କିଭଳି ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବଠାରୁ ଆରମ୍ଭ କରି ଅନୁନ୍ନତ ମାନର ସରକାରୀ ଔଷଧ ଯୋଗାଇ ଦିଆଯାଉଛି ତାର ଲମ୍ବା ତାଲିକା ଦେଇଛନ୍ତି । ସେହିପରି ଘରୋଇ ମେଡିକାଲ ଗୁଡିକ କିଭଳି ସବୁ ନିୟମ କାନୁନକୁ ଦଳିଦେଇ ରୋଗୀଙ୍କୁ ଶୋଷଣ କରୁଛନ୍ତି, ତାହା ଉପରେ ତଥ୍ୟ ପ୍ରମାଣ ବି ନୂଆ କରି ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ନେଇଥିବା ମନ୍ତ୍ରୀଙ୍କୁ ଦେଇଛନ୍ତି ବିରୋଧୀ ।

ଏପଟେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ଜାତୀୟ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ଓଡିଶାର ୯୧ ପ୍ରତିଶତ ଲୋକ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ । ଶିଶୁ ଓ ମାତୃ ମୃତ୍ୟୁହାର କମାଇବାରେ ଓଡିଶା ସାରା ଦେଶରେ ରେକର୍ଡ ସୃଷ୍ଟି କରିଛି । ସରକାର ପ୍ରତିବର୍ଷ ଅଧିକରୁ ଅଧିକ ବ୍ୟୟବରାଦ କରି କିଭଳି ସମସ୍ତଙ୍କ ପାଖରେ ସ୍ବାସ୍ଥ୍ୟ ସୁବିଧା ଠିକ ଭାବରେ ପହଞ୍ଚିବ, ସେନେଇ ଗୁରୁତ୍ବ ଦେଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏବେ ସ୍ବାସ୍ଥ୍ୟ ବିଭାଗ ବଜେଟ ୭ ହଜାର କୋଟି ଛୁଇଁଛି । ସେହିଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରର ସାଢେ ତିନିକୋଟି ଲୋକଙ୍କୁ ସାମିଲ କରାଯାଇଛି । ଏକ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଗଠନ ସହ ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ସରକାର ଯେଉଁ ମିଶନ ନେଇଛନ୍ତି ତାହା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିଛି ବୋଲି ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଅନ୍ୟପଟେ ମନ୍ତ୍ରୀଙ୍କ ଏଭଳି ଉତ୍ତରରେ ଅସନ୍ତୁଷ୍ଟ ହୋଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ କକ୍ଷ ତ୍ୟାଗ କରିଥିଲେ ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ ଓ ଅଜିତ ଦାସ, ଈଟିଭି ଭାରତ

Intro:Body:

FGDFGS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.