ETV Bharat / state

ବଢୁଛି 'ମୋ ସାଇକେଲ'ର କ୍ରେଜ - ଭୁବନେଶ୍ବର

ରାଜଧାନୀରେ ବଢୁଛି 'ମୋ ସାଇକେଲ'ର ଚାହିଦା। ଗତ ନଭେମ୍ବର ମାସ ୨୧ ତାରିଖରେ 'ମୋ ସାଇକେଲ' ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଆରମ୍ଭ ହେବା ଦିନଠାରୁ ମୋ ସାଇକେଲ ପ୍ରତି ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 1, 2019, 12:50 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି 'ମୋ ସାଇକେଲ'ର ଚାହିଦା। ସକାଳୁ ସଞ୍ଜ ରାଜଧାନୀରେ ଗଡୁଛି 'ମୋ ସାଇକେଲ'। ଯାହାର ମଜା ଉଠାଉଛନ୍ତି ରାଜଧାନୀ ବାସିନ୍ଦା । 3ମାସ ମଧ୍ୟରେ 2 ଲକ୍ଷରୁ ଊର୍ଦ୍ଧ୍ୱଲୋକେ ମୋ ସାଇକେଲ ଚଲାଇ ସାରିଲେଣି। ଏହାକୁ ନେଇ ଖୁସି ବ୍ୟକ୍ତ କରିଛି କମ୍ପାନୀ ।

ଗତ ନଭେମ୍ବର ମାସ ୨୧ ତାରିଖରେ 'ମୋ ସାଇକେଲ' ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଆରମ୍ଭ ହେବା ଦିନଠାରୁ ମୋ ସାଇକେଲ ପ୍ରତି ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏଥିରେ ୩ଟି କମ୍ପାନୀର ସାଇକେଲ ବ୍ୟବହାର କରାଯାଉଛି । ଯାହାକି ହେକ୍ସି, ୟୁଲୁ ଓ ୟାନା । ହେଲେ ସଚେତନତା ଅଭାବରୁ ସାଇକେଲ ଭାଙ୍ଗିବା ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଇକେଲ ନିର୍ମାତାଙ୍କ ମନରେ ଭୟ ରହୁଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

ତେବେ 3ଟି କମ୍ପାନୀ ମଧ୍ୟରୁ ହେକ୍ସି ସାଇକେଲର ବେଶୀ କ୍ରେଜ ରହିଛି । 3 ମାସ ମଧ୍ୟରେ ହେକ୍ସି ସାଇକେଲ 1ଲକ୍ଷ ବ୍ୟବହାର କରାଯାଇଥିବା ବେଳେ ୟୁଲୁ ୭୦ହଜାର ଓ ୟାନା ୩୦ହଜାର ବ୍ୟବହାର କରିଛନ୍ତି ଲୋକେ।

ପ୍ରକାଶ ଯେ, ହକି ବିଶ୍ଵ କପ୍ ପୂର୍ବରୁ ରାଜଧାନୀରେ 'ମୋ ସାଇକେଲ'ର ଶୁଭାରମ୍ଭ ହୋଇଥିଲା । ଯାହାକୁ ନେଇ ଭୁବନେଶ୍ୱରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲିକ୍ଷିତ ହୋଇଥିଲା। ବର୍ତ୍ତମାନ ମଧ୍ୟ ମୋ ସାଇକେଲର କ୍ରେଜ ଦେଖିବାକୁ ମିଳୁଛି।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ସ୍ଲଗ-ଜାନିବିଲି ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କଲେ ମହାନଗର ନିଗମ ..
ଫର୍ମାଟ-ଏଭିଓ+ବାଇଟ୍,
 ରିପୋର୍ଟର-ସମୀର ଆଚାର୍ଯ୍ୟ-ବ୍ରହ୍ମପୁର
ତାରିଖ-୨୭/୦୨/୨୦୧୯ (ଭିଜୁଆଲ FTP ରେ ଯାଇଛି .)
ଆଙ୍କର- ବ୍ରହ୍ମପୁର ସହରବାସୀ ଙ୍କ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ସରକାର ଙ୍କ ପକ୍ଷରୁ ପ୍ରାୟ ପାଞ୍ଚଶହ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଜାନିବିଲି ପ୍ରକଳ୍ପ କାର୍ଯ୍ୟର ଜଗଦଳପୁର ଠାରେ ରହିଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ କୁ ବୁଲି ଦେଖିଛନ୍ତି ମହାନଗର ନିଗମର କମିଶନର  । ଏହି ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ଅବସରରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇଥିବା ବେଳେ କିପରି ଜାନିବିଲି ରୁ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଜଳ ଆସିବା ସହ ଏଠାରେ ବିଶୁଦ୍ଧକରଣ କରାଯାଇ ସହରବାସୀ ଙ୍କୁ ବଣ୍ଟନ କରାଯିବ ତାହାକୁ ତଦାରଖ କରାଯାଇଛି  । ପ୍ରତି ଘଣ୍ଟାରେ ଏଠାରେ ଏକ ଲକ୍ଷ ୨୫ ହଜାର ଲିଟର ଜଳକୁ ବିଭିନ୍ନ ପ୍ରକିୟାରେ ବିଶୋଧନା  କରାଯିବାକୁ ରହିଥିବା ବେଳେ ସହର ସମେତ ସହର ଉପକଣ୍ଠରେ ରହିଥିବା ୫୪ ଟି ଗ୍ରାମକୁ ଏହି  ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେବ  । ଏପରିକି ଆସନ୍ତା ୩୦ ବର୍ଷର ଜନସଂଖ୍ୟା କୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ରୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି କୁହାଯାଇଛି  ।ବ୍ରହ୍ମପୁର ସହରର ବର୍ତ୍ତମାନ ବର୍ଦ୍ଧିତ ଜନସଂଖ୍ୟା କୁ ଦୃଷ୍ଟିରେ ରଖି  ୬୪ ଏମ୍.ଏଲ୍.ଡି ପାନୀୟ ଜଳ ର ଆବଶ୍ୟକତା ରହିଥିବା ବେଳେ ବିଭିନ୍ନ ଉତ୍ସରୁ ସହରକୁ ୫୦ ଏମ୍.ଏଲ୍.ଡି ଜଳ ଆସିପାରୁଥିବା ବେଲେ ବଳକା ପାଣି ଏଥିରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି  । କମିଶନର ଙ୍କ ସହ ଏହି ଗ୍ରସ୍ତ ସମୟରେ ଜନସ୍ୱାସ୍ଥବିଭାଗର ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । 
ବାଇଟ୍- ଚକ୍ରୱତି ସିଂ ରାଠୋର(କମିଶନର-ବ୍ରହ୍ମପୁର ମହାନଗର ନିଗମ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.