ଭୁବନେଶ୍ବର: ଘନୀଭୂତ ହେବାରେ ଲାଗିଛି ବାତ୍ୟା ‘ଫନି’ । ବର୍ତ୍ତମାନ ଏହା ମଛଲୀପଟନାମଠାରୁ 1,230 କିଲୋମିଟର ଦୂରରେ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଏହାର ଓଡିଶାରେ ବିଶେଷ ପ୍ରଭାବ ରହିବ ନାହିଁ ସ୍ପଷ୍ଟ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଏହା ପ୍ରଭାବରେ ଆନ୍ଧ୍ର ଉପକୂଳରେ ସତର୍କ ସୂଚନା ଜାରି କରାଯାଇଛି ।
ଫନିର ପ୍ରଭାବ ଓଡିଶାରେ ନଥିଲେ ସୁଦ୍ଧା ଆସନ୍ତା ମେ’ 2 ଓ 3 ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ଘଣ୍ଟାକୁ ସାତ କିଲୋମିଟର ବେଗରେ ବାତ୍ୟା ‘ଫନି’ ଗତି କରୁଥିବା ବେଳେ ଏହା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଦିଗରେ ଗତି କରବା ନେଇ ଆକଳନ କରାଯାଇଛି ।
ତେବେ ଏହାପରେ ‘ଫନି’ ଉତ୍ତର ପୂର୍ବକୁ ଗତି କରିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଯାହା ଫଳରେ ଆସନ୍ତା ମେ 2 ଓ 3ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ରବିବାର ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ