ETV Bharat / state

କମିଶନରେଟ ପୋଲିସର ଚଢାଉ, ବାଣୀବିହାର ହଷ୍ଟେଲରୁ ବିଦା ହେଲେ ଶତାଧିକ ଅଣଛାତ୍ର - ଭୁବନେଶ୍ବର

ବାଣୀବିହାର ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ବିଦା ହେଲେ ଅଣଛାତ୍ର । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ କମିଶନରେଟ ପୋଲିସ କରିଥିଲା ଚଢାଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 11, 2019, 12:00 AM IST

ଭୁବନେଶ୍ବର: ଆକ୍ସନ ମୁଡରେ କମିଶନରେଟ ପୋଲିସ । ବାଣୀବିହାର ବିଶ୍ବବିଦ୍ୟାଳୟରେ ଆଡ୍ଡା ଜମାଇଥିବା ଅଣଛାତ୍ରଙ୍କୁ ଖାଲି କଲା ପୋଲିସ । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଚଢାଉ କରିଥିଲା କମିଶନରେଟ ପୋଲିସ । 200ରୁ ଊର୍ଦ୍ଧ୍ବ ଅଣଛାତ୍ରଙ୍କୁ ହଷ୍ଟେଲରୁ ଖାଲି କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁଯାୟୀ, ବାଣୀବିହାର ବିଶ୍ବବିଦ୍ୟାଳୟର 7ନଂ ହଷ୍ଟେଲରେ କିଛି ଛାତ୍ରଙ୍କୁ ଅନୁମତି ମିଳିଥିଲା । କିନ୍ତୁ 1 ବର୍ଷ ଧରି ରହିଆସୁଥିବା କେତେକ ଅଣଛାତ୍ର ଏଠାରେ ଅନାଧିକାର ପ୍ରବେଶ କରି ରହୁଥିଲେ । ଏଥିସହିତ ସେମାନେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଥିବା ବେଳେ ରୁମରୁ ମଦ ବୋତଲ, ହୁକା ଭଳି ଜିନିଷକୁ ଜବତ କରିଛି ପୋଲିସ । ତେବେ କାହା ସ୍ବାର୍ଥରେ ସେମାନେ ଏଠାରେ ରହୁଥିଲେ ? କାହିଁକି ଏତେଦିନ ଧରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଅନ୍ୟ ହଷ୍ଟେଲଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବା ସହ ଅନ୍ୟଛାତ୍ରଙ୍କୁ ବାହାର କରାଯିବ ବୋଲି କହିଛନ୍ତି କୁଳସଚିବ ଦୟାନିଧି ନାୟକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କାଳିଆ ଯୋଜନାରେ ସାମିଲ ହୋଇଛନ୍ତି ବିଜେଡି ଦଳର ନେତା ଓ କର୍ମୀ ତଥା ଜଣେ ହିତାଧିକାରୀ ଆଠରୁ ଅଧିକ ଥର ପାଇଛନ୍ତି କାଳିଆ ଟଙ୍କା । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା । ରବିବାର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବୌଦ୍ଧ ପିଡବ୍ଲୁଡି ବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଡ଼ ରାକେଶ ଶର୍ମା ।

Body:କାଳିଆ ଯୋଜନା ହିଁ ବିଜେଡି ଦଳର ପତନର କାରଣ ହେବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।ରାଜ୍ୟ ସଂଯୋଜକ ମନୋରଞ୍ଜନ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର ବୌଦ୍ଧ ପ୍ରଭାରୀ ପ୍ରକାଶ ହୋତା, ସୂର୍ଯ୍ୟ ନାରାୟଣ ମହାପାତ୍ର, ବିପ୍ର ଚରଣ ମହାନ୍ତି, ବିଶିକେଶନ ପ୍ରଧାନ, ନମିତାରାଣୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୋମବାର ଦିନ ଜିଲ୍ଲାର ତେଲିଵନ୍ଧ ସମବାୟ ସମିତି ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି ।

Conclusion:ବାଇଟ-୧-ଡ଼ ରାକେଶ ଶର୍ମା, ରାଜ୍ୟ ପ୍ରଭାରୀ, କୃଷକ ମୋର୍ଚ୍ଚା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.