ETV Bharat / state

'ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ନବୀନ' - ଆଚରଣ ବିଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 17, 2019, 4:14 PM IST

Updated : Jul 17, 2019, 5:26 PM IST

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ପାଟକୁରା ନିର୍ବାଚନକୁ ନେଇ ଆଲୋଚନା । ମନ୍ତ୍ରୀ ଓ ଶାସକ ବିଧାୟକଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପାଟକୁରା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ଆଚରଣ ବିଧି ଉଲ୍ଲଘଂନ ହେବା କଥା କହିଛନ୍ତି । ଏହାସହ 15 ତାରିଖରେ ଭତ୍ତା ବାଣ୍ଟିବ ଘୁଞ୍ଚା ଯାଇ 17 ତାରିଖରେ, ନବୀନ ପାଟକୁରା ଯାଇ ବାଣ୍ଟୁଛନ୍ତି , ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ବୋଲି ସେ କହିଛନ୍ତି । ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶର ବିରୋଧୀ ବିଜେଡି ପାଲଟିଛି ବୋଲି ସେ କହିଛନ୍ତି । ସରକାର ଆଚରଣ ବିଧି ଲାଗୁ ହୋଇଥିବାରୁ ଭତ୍ତା ବଣ୍ଟନ ବନ୍ଦ କରନ୍ତୁ ବୋଲି ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଏହାସହ ବିଧାନସଭାରେ ପାଟକୁରା ରାଜନୀତିକୁ ନେଇ ମନ୍ତ୍ରୀ ବିଧାୟକ ମରୁଡି । 21ରୁ 8 ଜଣ ମନ୍ତ୍ରୀ ଉପସ୍ଥିତ । 112 ରୁ 61 ଜଣ ବିଧାୟକ ବିଧାନସଭାରେ ବୁଲୁଛନ୍ତି । ରାଜା ସ୍ବାଇଁ, ସମୀର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅନୁପସ୍ଥିତ ରହିଛନ୍ତି । ପ୍ରଶ୍ନକାଳ ନଷ୍ଟ କରିବାକୁ ସରକାରୀ ଦଳ ସୁଚିନ୍ତିତ ଯୋଜନା କରିଛନ୍ତି ବୋଲି ବିଧାନସଭାରେ ବିରୋଧୀ ଅଭିଯୋଗ କରିଛନ୍ତି ।

ବିଧାନସଭାରେ ମନ୍ତ୍ରୀଙ୍କ ଅନୁପସ୍ଥିତି ଓ ନବୀନ ପଟ୍ଟନାୟକଙ୍କ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନକୁ ନେଇ ଖଣ୍ଡନ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅଭିଯୋଗରେ କୌଣସି ସତ୍ୟତା ନାହିଁ ଓ ମୁଖ୍ୟମନ୍ତ୍ରୀ କୌଣସି ସ୍ଥାନରେ ଭତ୍ତା ବାଣ୍ଟି ନଥିବା କହିଛନ୍ତି ପ୍ରମିଳା ମଲ୍ଲିକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆଚରଣ ବିଧି ଲାଗୁ ହୋଇଛି, ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବେ। 15 ପୂର୍ବରୁ ଭତ୍ତା ବାଣ୍ଟିବା କଥା। ଅଫିସର ଘରକୁ ଯାଇ ତାଙ୍କ ଦିଅନ୍ତୁ କିମ୍ବା ଅନ୍ୟ ବ୍ୟବସ୍ଥା କରାଯାଉ। ସରକାର ଆଚରଣ ବିଧି ଲାଗୁ ହୋଇଥିବାରୁ ଭତ୍ତା ବଣ୍ଟନ ବନ୍ଦ କରନ୍ତୁ ବୋଲି ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ।

Body:12 ବର୍ଷ ହେଲାଣି ଯୋଜନା ବୋର୍ଡ କାମ କରୁନି। 21ରୁ 8 ଜଣ ମନ୍ତ୍ରୀ ଉପସ୍ଥିତ। 112 ରୁ 61 ଜଣ ବିଧାୟକ ବିଧାନସଭାରେ ବୁଲୁଛନ୍ତି। ରାଜା ସ୍ବାଇଁ, ସମୀର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅନୁପସ୍ଥିତ ରହିଛନ୍ତି। ପ୍ରଶ୍ନକାଳ ନଷ୍ଟ କରିବାକୁ ସରକାରୀ ଦଳ ସୁଚିନ୍ତିତ ଯୋଜନା କରିଛନ୍ତି। ଉତ୍ତର ସନ୍ତୋଷ ଜନକ ମିଳୁନି। ବାଚସ୍ପତି ରୁଲିଂ ଦେବାକୁ କହିଥିଲେ।Conclusion:null
Last Updated : Jul 17, 2019, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.