ETV Bharat / state

ମାହୋଲ ଦେଖି ସତ କହିଦେଲେ କି ସମ୍ବିତ ?

ସହରରେ ଶଙ୍ଖ ମାହୋଲ ଦେଖି ବାଉଳାହେଲା ଗେରୁଆ ଦଳ । କହୁକହୁ ସତ କହିଦେଲେ ସମ୍ବିତ ! ଜଗନ୍ନାଥ ଧାମରେ ଶଙ୍ଖ ଫୁଟୁ କହିଲେ ବିଜେପିର ରାଷ୍ଟୀୟ ପ୍ରବକ୍ତା ।

author img

By

Published : Mar 26, 2019, 6:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆସୁ ଆସୁ ଝୁଣ୍ଟିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ବାଉଳାହେଲେ ସମ୍ବିତ ପାତ୍ର । ପଦ୍ମ ଫୁଟାଇବାକୁ ଆସିଥିବା ସମ୍ବିତ ନିଜ ପାଟିରେ ହିଁ ଶଙ୍ଖ ଫୁଙ୍କିଛନ୍ତି । ଶଙ୍ଖ ଫୁଟିବ ବୋଲି ଦୃଢୋକ୍ତି ପ୍ରକାଶ ବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସ୍ଲିପ ମାରିଲା ସମ୍ବିତଙ୍କ ପାଟି । କହୁକହୁ ସତ କହିଦେଇଛନ୍ତି କି ସମ୍ବିତ । ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ଶ୍ରୀମନ୍ଦିର ସାମ୍ନାରେ ହିଁ ବାଉଳାହୋଇଛନ୍ତି । ନିଜ ମୁହଁରେ ସ୍ବୀକାର କରିଛନ୍ତି, ପୁରୀରେ ଗୁଳି, ବନ୍ଧୁକ କି ବୋମା ନୁହେଁ, ଶଙ୍ଖ ଫୁଟିବ । ଯାହାକୁ ନେଇ ଚର୍ଚ୍ଚା ସରଗରମ । ପ୍ରତିଦ୍ବନ୍ଦିତା ପୂର୍ବରୁ ହିଁ ବିଜେପି ହାର ମାନିଯାଇଥିବା କହିଲେଣି ରାଜନୈତିକ ସମୀକ୍ଷକ ।

ମଙ୍ଗଳବାର ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଗଣମାଧ୍ୟମକୁ ସମ୍ବୋଧନ କରୁଥାନ୍ତି ପୁରୀ ଲୋକସଭା ଆଶାୟୀ ତଥା ବିଜେପି ମୁଖପାତ୍ର ସମ୍ବିତ । ଆଉ ଏତିକି ବେଳେ ସେ ବାଉଳାହୋଇଥିବା ଦେଖିବାକୁ ମିଳିଥିଲା । ପୁରୀ ବିଜେଡି କି କଂଗ୍ରେସର ଗଡ ନୁହେଁ, ଜଗନ୍ନାଥଙ୍କ ଗଡ । ଆଉ ଏଠି ଶଙ୍ଖ ଫୁଟିବ ବୋଲି କହିଥିଲେ ସମ୍ବିତ ।

ଚର୍ଚ୍ଚା ହେଉଛି, ପ୍ରକୃତରେ ସମ୍ବିତ ବାଉଳାହୋଇ ଏପରି କହିଲେ ନାଁ କହୁ କହୁ ସତ କହିପକାଇଲେ । ଜଗନ୍ନାଥ ଧାମରେ ଗୋଟିଏ ସତ କହିବାକୁ ସତସାହାସ ଦେଖାଇଛନ୍ତି କି ସମ୍ବିତ ? ଏ ଚର୍ଚ୍ଚା ଏଇଥିପାଇଁ, ନେତାଙ୍କ ମୁହଁ ସ୍ଲିପ ମାରିବା କିଛି ନୂଆ କଥା ନୁହେଁ । କିନ୍ତୁ ସମ୍ବିତ ହେଉଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର । ନିଜ ବାକଚାତୁରୀ ମାଧ୍ୟମରେ ଅନ୍ୟ ଦଳର ମୁଖପାତ୍ରଙ୍କ ମୁହଁ ବନ୍ଦ କରିଦେବାର ଦକ୍ଷତା ତାଙ୍କ ପାଖରେ ରହିଛି । ପୂର୍ବରୁ କେବେ ସେ ବାଉଳାହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିନି । ତେଣୁ ସେ ଯେ ବାଉଳାହୋଇ ଏପରି କହିଥିବେ, ସେକଥା ବି ସହଜରେ ଗ୍ରହଣ କରିହେଉନି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.