ETV Bharat / state

ସୋରଡା ରାଜନୈତିକ ହିଂସା ପରେ ବିଜେଡି-ବିଜେପିର ବାକଯୁଦ୍ଧ

ସୋରଡା ରାଜନୈତିକ ହିଂସା ପ୍ରସଙ୍ଗରେ ତେଜିଛି ବିବାଦ । ଏନେଇ ନିର୍ବାଚନ ଅଧିକାରୀଙ୍କ ପାଖେ ଫେରାଦ ହୋଇଛି ବିଜେଡି । ଏପଟେ ବୁଥରେ ରାଗିଗଂ ଓ ଦଳକୁ ବଦନାମ କରାଯାଉଥିବା ଅଭିଯୋଗ କରି ବିଜେଡିକୁ ନିନ୍ଦିଛି ବିଜେପି ।

author img

By

Published : Apr 19, 2019, 6:43 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସୋରଡା ରାଜନୈତିକ ହିଂସା ପରେ ବିଜେଡି-ବିଜେପି ମୁଁହାମୁଁହି । ସୋରଡା ରାଜନୈତିକ ହିଂସା ପ୍ରସଙ୍ଗରେ ତେଜୁଛି ବିବାଦ । ଏ ନେଇ ନିର୍ବାଚନ ଅଧିକାରୀଙ୍କ ପାଖେ ଫେରାଦ ହୋଇଛି ବିଜେଡି । ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ଏପଟେ ବୁଥରେ ରାଗିଙ୍ଗ ଓ ଦଳକୁ ବଦନାମ କରାଯାଉଥିବା ଅଭିଯୋଗ କରି ବିଜେଡିକୁ କଡା ଶବ୍ଦରେ ନିନ୍ଦା କରିଛି ବିଜେପି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

‘ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି । ଏହାର ପ୍ରମାଣ ହେଲା ସୋରଡା ହିଂସାକାଣ୍ଡ ଘଟଣା । ସୋରଡାର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ବିରୋଧରେ ରହିଛି ଏକାଧିକ ଅପରାଧିକ ମାମଲା । ଆଉ ତାକୁ ଘଣ୍ଟ ଘୋଡେଇବାକୁ ଉଦ୍ୟମ କରୁଛି ବିଜେପି ।’ ଏ ନେଇ ବିଜେଡି ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛି । ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଛି ଯେ, ଯୋଜନାବଦ୍ଧ ଭାବେ ବିଜେପିକୁ ବଦନାମ କରିବାକୁ ଉଦ୍ୟମ କରୁଛି ଶାସକ ଦଳ । ଏହି ଘଟଣାରେ ବିଜେପି ପ୍ରାର୍ଥୀଙ୍କୁ ବିବାଦ ଭିତରେ ଟାଣିବାକୁ ହୀନ ଉଦ୍ୟମ କରାଯାଉଛି । ଏଣୁ ଏହାର ତଦନ୍ତ ପାଇଁ ଦାବି କରିଛି ବିଜେପି ।

ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ, ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଗିରଫ କରିବାକୁ ନେଇ ଦଳ ଦୃଢ ନିନ୍ଦା କରିଛି । ୧୮୨ ନଂ ବୁଥରେ ଦିନସାରା ରାଗିିଗଂ ଚାଲିଥିଲାବେଳେ ବିଜେପି ଏଜେଣ୍ଟକୁ ବହାର କରିଦିଆଯାଇଥିଲା । ପୂର୍ବ ଯୋଜନା ମୁତାବକ ବିଜେପି ପ୍ରାର୍ଥୀଙ୍କୁ ଗିରଫ କରାଯାଇଛି ବୋଲି ଉପସଭାପତି ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.