ETV Bharat / state

‘ଅସୁସ୍ଥତାରେ ବି ନିର୍ବାଚନୀ ମଇଦାନକୁ ଟାଣିଥିଲା ବିଜେଡି’

ଆରପାରିରେ ବେଦପ୍ରକାଶ ଅଗ୍ରୱାଲ । ଶଯ୍ୟାଶାୟୀ ଅବସ୍ଥାରେ ବେଦପ୍ରକାଶଙ୍କୁ ପ୍ରାର୍ଥୀ କରି ତାଙ୍କ ସହ ନ୍ୟାୟ କରିନଥିବା କହିଛନ୍ତି ବିଜୟ ଓ ଜୁଏଲ ।

author img

By

Published : Apr 20, 2019, 5:45 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବର୍ଷିୟାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଶୋକାକୁଳ ପରିବେଶ । ପରିବାରବର୍ଗଙ୍କୁ ସମବେଦନା ଜଣାଉଛନ୍ତି ସମସ୍ତେ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବି ଶୋକବ୍ୟକ୍ତ କରିଛନ୍ତି । ହେଲେ ରୋଗଶଯ୍ୟାରେ ପଡିଥିବା ଜଣେ ବରିଷ୍ଠ ନେତାଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ଠିକ ନଥିଲା ବୋଲି କହିଛନ୍ତି ବିଜୟ । ଆଉ ବିଜୟଙ୍କ ଏହି ମନ୍ତବ୍ୟରେ ସ୍ବର ମିଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତ, ଭୁବନେଶ୍ବର

ଚଳିତ ନିର୍ବାଚନରେ ବେଦପ୍ରକାଶଙ୍କୁ ପାଟକୁରା ଆସନରେ ପ୍ରାର୍ଥୀ କରିଥିଲା ବିଜେଡି । ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର । ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଥିଲା । ହେଲେ ବେଦପ୍ରକାଶଙ୍କ ମୃତ୍ୟୁ ପରେ ନିର୍ବାଚନ ବାତିଲ ହୋଇଛି ।

ବିଜୟ ଏବଂ ଜୁଏଲଙ୍କ କହିବା କଥା ହେଲା, ନିର୍ବାଚନ ତାରିଖ ଘୋଷଣା ହେବାବେଳେ ମେଡିକାଲ ବେଡରେ ପଡିଥିଲେ ବେଦପ୍ରକାଶ । ଗଲା ତିନିମାସ ହେଲା ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିଲା । ହେଲେ ତାଙ୍କୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରିଥିଲା ବିଜେଡି । ଏପରି କରି ତାଙ୍କ ପ୍ରତି ନ୍ୟାୟ ହୋଇନଥିବା କହିଛନ୍ତି ବିଜେପିର ଦୁଇ ହେଭିୱେଟ । ଅନ୍ୟପଟେ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଏହାର ଜବାବ ରଖିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

see the attachment
visuals by MOJO
Deferred interview with the employees by MOJO
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.