ଭୁବନେଶ୍ବର: ସିଭିଲ ସର୍ଭିସରେ ଓଡ଼ିଆ ପିଲା ଭଲ ପ୍ରଦର୍ଶନ କରିବେ। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ । ବିଶେଷ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁନଥିବା ଛାତ୍ରଛାତ୍ରୀ ଙ୍କୁ ସ୍ୱତନ୍ତ୍ର କୋଚିଂ ଦିଆଯିବ। ଆର୍ଥିକ ସ୍ୱଚ୍ଛଳ ଥିବା ଛାତ୍ରଛାତ୍ରୀଙ୍କ ପାଇଁ 75 ପ୍ରତିଶତ ଅର୍ଥ ସରକାର ବହନ କରିବେ। ବାକି 25 ପ୍ରତିଶତ ସମ୍ପୃକ୍ତ ଛାତ୍ରଛାତ୍ରୀ ବହନ କରିବେ ।
ସେହିପରି ଯେଉଁମାନ ଆଦୌ ସ୍ୱଚ୍ଛଳ ନୁହଁନ୍ତି ସେମାନଙ୍କ ପାଇଁ ଶତ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ 100 ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ। ଏବେ ଯାଏଁ 86 ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। କେନ୍ଦ୍ର ଢାଞ୍ଚାରେ ଏହି ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ