ETV Bharat / state

'ଫନି'ରେ ସୌନ୍ଦର୍ଯ୍ୟ ହରାଇଛି ସୂର୍ଯ୍ୟମନ୍ଦିର - zero

ଫନି ପ୍ରଭାବରେ ଉଜୁଡିଯାଇଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ଅନେକ ପର୍ଯ୍ୟଟନସ୍ଥଳୀ । ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ପୁରୀ, କୋଣାର୍କ । ଭାଙ୍ଗିଯାଇଛି ପର୍ଯ୍ୟଟନ ଶିଳ୍ପର ଅଣ୍ଟା । ଫନି ପ୍ରଭାବରେ ବିଶ୍ବ ପ୍ରସିଦ୍ଧ ଅର୍କ କ୍ଷେତ୍ରର ଚିତ୍ର ଦୁଃଖଦାୟକ । କେବେ ପୁଣି ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ ତାହା ଏବେ କହିବା ଅସମ୍ଭବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 6, 2019, 11:33 AM IST

ପୁରୀ: 'ଫନି' ଆସି ଓଡିଶାକୁ ଜାଳି ଦେଇଗଲା ତାର କୃର ଅଭିଶାପରେ । ବଦଳି ଯାଇଛି ଓଡିଶାର ମାନଚିତ୍ର । ରାଜ୍ୟ ସାରା ଭୟାଭୟ ଚିତ୍ର ସାମନାକୁ ଆସିଛି । ବିପର୍ଯ୍ୟସ୍ତ ହୋଇ ପଡିଛି ପର୍ଯ୍ୟଟନ ଶିଳ୍ପ । ଉଜୁଡିଯାଇଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ଅନେକ ପର୍ଯ୍ୟଟନସ୍ଥଳୀ । ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ପୁରୀ, କୋଣାର୍କ । ଭାଙ୍ଗିଯାଇଛି ପର୍ଯ୍ୟଟନ ଶିଳ୍ପର ଅଣ୍ଟା । ଫନି ପ୍ରଭାବରେ ବିଶ୍ବ ପ୍ରସିଦ୍ଧ ଅର୍କ କ୍ଷେତ୍ରର ଚିତ୍ର ଚିନ୍ତାଜନକ । କେବେ ପୁଣି ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ ତାହା ଏବେ କହିବା ଅସମ୍ଭବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କୋଣାର୍କ ମନ୍ଦିର ପରିସରରେ ଛାରଖାର । ମନ୍ଦିର ସାମ୍ନାରେ ଥିବା ଦୋକାନ ଭାଙ୍ଗି ରୁଜି ଚୁର୍‌ମାର ହୋଇଯାଇଛି । ସେପଟେ କୋଣାର୍କ ମନ୍ଦିର ବେଢାରେ ବିଶାଳ ବରଗଛ ଭାଙ୍ଗି ପଡି ରହିଛି । ମନ୍ଦିରରେ ଲାଗିଥିବା ଲୁହା ରେଲିଂ ଅନେକ ଖସିପଡିଥିବା ବେଳେ ଅନେକ ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଛି । କୁଢକୁଢ ଅଳିଆ ଗଦା ହୋଇ ରହିଛି ମନ୍ଦିର ଆଖେପାଖେ । ଏହାସହ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଅନେକ ଗଛ ଉପୁଡି ପଡିଛି । କହିବାକୁ ଗଲେ ସୂର୍ଯ୍ୟମନ୍ଦିରର ଶୌର୍ଯ୍ୟ ଫନି ଲୁଟି ନେଇଛି । ଲାଇଟ ଆଣ୍ଡ ସାଉଣ୍ଡ ସୋ' ନିକଟରେ ମଧ୍ୟ ବିଶାଳ ବରଗଛ ପଡି ରହିଛି ।

ବାତ୍ୟା ଛାଡିବାର ଦୁଇ ଦିନ ପରେ ବି ସ୍ଥିତି ଯେମିତି କୁ ସେମିତି ରହିଛି । ସ୍ଥିତି ଅନୁଧ୍ୟାନ କରିବାକୁ ପହଁଞ୍ଚିନି ପ୍ରଶାସନ। ଏଭଳି ପରିସ୍ଥିତିରେ ପୁଣି କେବେ କୌଣାର୍କ ସୁଧୁରିବ ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂର୍ଯ୍ୟମନ୍ଦିର ଦର୍ଶନ ପାଇଁ ପର୍ଯ୍ୟଟକ ବ୍ୟାକୁଳ, କିନ୍ତୁ ଏପଟେ 'ଫନି' ପାଇଁ ଅର୍କକ୍ଷେତ୍ରର ସ୍ଥିତି ଅସମ୍ଭାଳ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ଫନି ପରେ ବନ୍ଦ ରହିଛି କୋଣାର୍କ,
ଖୋଲିବାକୁ ପ୍ରଶାସକଂକୁ ପର୍ଯଟକଙ୍କ ନିବେଦନ
ଫନିର ତାଣ୍ଡବ ପରେ ବେହାଲ କୋଣାର୍କ। ପର୍ଯଟନ କ୍ଷେତ୍ର କୋଣାର୍କରେ ଏବେ ଶ୍ରିହିନ। ଏଠାକାର ଚିତ୍ର ପୁର୍ବପରି ନଥିବା ବେଳେ ମନ୍ଦିର ପରିସରରେ ପଡିଛି ଫାନିର ପ୍ରଭାବ। ପର୍ଯଟକଙ୍କ ଗହଳି ଲାଗୁଥିବା ମନ୍ଦିର ସାମ୍ନା ଦୋକାନ ଭାଙ୍ଗି ରୁଜି ଯାଇଥିବା ବେଳେ ତାରି ଭିତରୁ ନିଜର ବେଉସା ଫେରିପାଇବାକୁ ଉଦ୍ଯମ କରୁଛି ବ୍ଯବସ୩ୟୀ। ସେପଟେ କୋଣାର୍କ ମନ୍ଦିର ବେଢାରେ ବିଶାଳ ବରଗଛ ପଡି ଥିବାରୁ ଏଯାଏ ଗଛ ହଟିପାରିନି। ସେହିପରି ମନ୍ଦିରରେ ଲାଗିଥିବା ଲୁହା ରେଲି ଅନେକ ଖସିପଡିଥିବା ବେଳେ କାହା ଉପରେ ପଡିଯିବାର ବିପଦ ଦୃଷ୍ଟିରୁ ବନ୍ଦ ରହିଛି ସୁର୍ଯମନ୍ଦିର ଦର୍ଷନ। ସେଥିପାଇଁ କାଭଁ କେତେଟୁି ପର୍ଯଟକ ଆସି ଫେରି ବାହାରୁ ଯାଉଛନ୍ତିଯ କେବଳ ସେଲଫିର କୋଣାର୍କ ମନ୍ଦିର ଚିତ୍ରକୁ କଏଦ କରି କୌଣାର୍କର ସ୍ମୃତି ସହ ଯୋଡିହେଉଛନ୍ତି। ତେବେ ମନ୍ଦିର ଚାରିପଟେ ଅନେକ ଗଛ ଏବେବି ପଡି ରହିଛି। ଲାଇଟ ଆଣ୍ଡ ସାଉଣ୍ଡ ସୋ ନିକଟରେ ମଧ୍ଯ ବିଶାଳ ବରଗଛ ପଡି ରହିଛି। ତେବେ କେବେ ସ୍ବାଭାବିକ ପରିସ୍ଥିତି ଫେରିବ ବିଶେଷ କରି ପ୍ରଶାସନ ସ୍ବତନ୍ତ୍ର ନଜର ଦେବାକୁ ପର୍ଯଟକ ନିବେଦବନ କରିଛନ୍ତି। ସେପଟେ ସ୍ଥାନିୟ ଦୋକାନି ପ୍ରଶାସନ ଏବେବି ପହଂଚି ନଥିବା ବନେଇ ଦୁଖ ପ୍ରକାଶ କରିଛନ୍ତି।
ବାଇଟ-ପର୍ଯଟକ
ବାଇଟ-ଦୋକାନି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.