ଭୁବନେଶ୍ବର: ବାତ୍ୟା ଫନିରେ ଶ୍ରୀହୀନ ହୋଇପଡିଛି ରାଜଧାନୀ ଭୁବନେଶ୍ବର । ବାତ୍ୟାରେ ଉପୁଡିପଡିଛି ଲକ୍ଷାଧିକ ବୃକ୍ଷ । ଆଉ ଭୁବନେଶ୍ବର ହରେଇଛି ତାର ଚୀର ସବୁଜିମାକୁ । ତେବେ ସହରକୁ ପୁଣି ଥରେ ସବୁଜ ସୁନ୍ଦର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ । ପ୍ରାୟ ଲକ୍ଷାଧିକ ଗଛ ଭୁବନେଶ୍ୱରରେ ଲଗାଇବା ପାଇଁ ଯୋଜନା ରହିଛି।
ଏନେଇ ଆଜି (ମଙ୍ଗଳବାର) ଜୟଦେବ ବିହାରସ୍ଥିତ ମେ'ଫେୟାର ହୋଟେଲରେ 10ହଜାରୁ ଊର୍ଦ୍ଧ୍ବ ଗଛ ଲଗାଯାଇଛି । ମେଫେୟାର ଟିମ୍ ପକ୍ଷରୁ ଏହି ବୃକ୍ଷ ସବୁ ରୋପଣ କରାଯାଇଛି । ବାତ୍ୟାରେ 200 କିଲୋମିଟରରେ ପବନ ବହିବା ସାଙ୍ଗକୁ ଅନେକ ଛୋଟବଡ଼ ଗଛ ଭାଙ୍ଗି ଯାଇଥିଲା । ତେବେ ଯେଉଁ ଗଛ ଉପୁଡିପଡିଛି, ତାହାକୁ ପ୍ରଥମେ ଲଗାଯିବାର ବନ୍ଦୋବସ୍ତ କରାଯାଉଛି ।
ଦେଶ ବିଦେଶରେ ଭୁବନେଶ୍ୱର ଏକ ଗ୍ରୀନ ସିଟି ଭାବରେ ପରିଚିତ ଥିବାବେଳେ ଏବେ ଅନେକ ଗଛ ଲଗାଇ ପୁଣି ଥରେ ପୂର୍ବପରିଚୟକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ