ବୌଦ୍ଧ: ବୌଦ୍ଧରେ ଚାଞ୍ଚଲ୍ୟ । ସତସଙ୍ଗ ବିହାର ମନ୍ଦିର ପଛପଟ ମହାନଦୀ କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ବୋତଲ ଗୋଟାଳୀ ହୋଇଥିବା ସୂଚନା ମିଳିଛି । କେହି ତାଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏବେ ହତ୍ୟାକାରୀକୁ ଖୋଜୁଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଆଦର୍ଶ ଥାନା ଅନ୍ତର୍ଗତ ସତସଙ୍ଗ ବିହାର ପଛ ପାର୍ଶ୍ଵ ମହାନଦୀ କୂଳରେ ଏକ ମୃତ ଶରୀର ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ମାଧବାନନ୍ଦ ନାଏକ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଖାଲି ବୋତଲ ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ଗୋଟାଇ କବାଡି ବାଲା ନିକଟରେ ବିକ୍ରି କରି ଚଳୁଥିଲେ ବୋଲି ପୋଲିସ କହିଛି ।
ଏହା ମଧ୍ୟ ପଢନ୍ତୁ- ଝାରସୁଗୁଡ଼ାରେ ପୁଣି ବିଭତ୍ସ ହତ୍ୟାକାଣ୍ଡ, ମାଂସ ଦୋକାନୀଙ୍କୁ ପିଟିପିଟି ହତ୍ୟା କଲେ ମହିଳା
ମୃତଦେହ ନିକଟରେ ଭଙ୍ଗା ମଦ ବୋତଲ ପଡ଼ିଥିବା ବେଳେ ଏକ ସାଇକେଲ ଓ କିଛି ସାମଗ୍ରୀ କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି । ପୋଲିସ ମୃତକଙ୍କ ପରିଚୟ ଖୋଜିବା ସହିତ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହାର ତଦନ୍ତ ଆରମ୍ଭ କରିଛି । ମଦ୍ୟପାନକୁ ନେଇ ଗଣ୍ଡଗୋଳ ପରେ ଏଭଳି ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମହାନଦୀ ଘାଟକୁ ପ୍ରତ୍ୟେକ ଦିନ ଶହ ଶହ ଲୋକ ସ୍ନାନ ଶୌଚ ପାଇଁ ଯାଉଥିବା ବେଳେ ଏଭଳି ହତ୍ୟାକାଣ୍ଡ ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏବେ ହତ୍ୟାକାରୀ ଓ ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ।
ଗତକାଲି ଝାରସୁଗୁଡାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ମାଂସ ଦୋକାନୀଙ୍କୁ କିଛି ମହିଳା ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l ମୃତକ ହେଲେ ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଲେକ୍ଚର କଲୋନୀ ବାସିନ୍ଦା କୈଳାସ ଚନ୍ଦ୍ର ମେହେର । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହି ଘଟଣାରେ ଝାରସୁଗୁଡ଼ା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଅନ୍ୟପଟେ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ପୋଲିସ ।
ଇଟିଭି ଭାରତ, ବୌଦ୍ଧ