ETV Bharat / state

ପୁଣି ମୋବାଇଲ ସେଲଫି ନେଲା ଯୁବ ଇଞ୍ଜିନିୟରଙ୍କ ପ୍ରାଣ

ମୋବାଇଲ ସେଲଫି ହେଲା କାଳ । ଭରା ନଦୀରେ ବୁଡି ପ୍ରାଣ ହରାଇଲେ ଯୁବ ଇଞ୍ଜିନିୟର । ଏହି ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ନଦୀର ପାଲଝାର ଡ୍ୟାମ ନିକଟରେ ।

ପୁଣି ମୋବାଇଲ ସେଲଫି ନେଲା ଯୁବ ଇଞ୍ଜିନିୟରଙ୍କ ପ୍ରାଣ
ପୁଣି ମୋବାଇଲ ସେଲଫି ନେଲା ଯୁବ ଇଞ୍ଜିନିୟରଙ୍କ ପ୍ରାଣ
author img

By

Published : Sep 14, 2020, 7:54 PM IST

ବୌଦ୍ଧ: ମୋବାଇଲ ସେଲଫି ହେଲା କାଳ । ଭରା ନଦୀରେ ବୁଡି ପ୍ରାଣ ହରାଇଲେ ଯୁବ ଇଞ୍ଜିନିୟର । ରବିବାର ଛୁଟିଦିନ ହେତୁ କିଆକଟା ଥାନା ଅନ୍ତର୍ଗତ କୁମ୍ଭୀଆ ଠାରେ ନିର୍ମାଣଧିନ ମେଗାଲିଫ୍ଟ ପ୍ରୋଜେକ୍ଟରେ କାର୍ଯ୍ୟରତ ତିନି ଜଣ ବନ୍ଧୁ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ନଦୀର ପାଲଝାର ଡ୍ୟାମ ନିକଟରେ ଗାଧୋଇବାକୁ ଯାଇଥିଲେ । ସେଠାରେ ତିନି ବନ୍ଧୁ ମୋବାଇଲରେ ସେଲଫି ନେଉଥିବା ସମୟରେ ଅସାବଧାନତା ଯୋଗୁଁ ମୋବାଇଲଟି ନଦୀ ଭିତରକୁ ଖସିପଡିଥିଲା ।

ଠିକ ସେହି ସମୟରେ ତିନି ସାଙ୍ଗ ଭାରସାମ୍ୟ ହରାଇ ସାଲୁଙ୍କୀ ନଦୀ ଭିତରକୁ ଖସି ପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣ ସାଙ୍ଗକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳିନଥିଲା । ଆଜି ବୌଦ୍ଧ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଉକ୍ତ ସ୍ଥାନରେ ପହଞ୍ଚି ଏରେଡା ନିକଟସ୍ଥ ସାଲୁଙ୍କୀ ନଦୀରୁ ମୁକୁନ୍ଦମ ନାମକ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲେ ।

ପୁଣି ମୋବାଇଲ ସେଲଫି ନେଲା ଯୁବ ଇଞ୍ଜିନିୟରଙ୍କ ପ୍ରାଣ

ସେହିପରି ସୋମବାର ଚାରିଛକ ଠାରେ କଟକ ଜିଲ୍ଲାର ସାନଗାଁର ଦୁଇ ଜଣ ସାଙ୍ଗ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତନ୍ମଧ୍ୟରୁ ଜଣେ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.