ETV Bharat / state

ବୌଦ୍ଧକୁ ପୁଣି ଲେଉଟିଲା ଶୀତ, ୟେଲୋ ଓ୍ବାର୍ଣ୍ଣିଂ ଜାରି - ବୌଦ୍ଧକୁ ଫେରିଲା ଶୀତ

ପୁଣି ଫେରିଲା ହାଡ଼ ଭଙ୍ଗା ଶୀତ । ଜିଲ୍ଲାରେ ଶୀତର ଲହରୀ ବହିଥିବାରୁ ଅସହାୟ ଗରିବ ଏବଂ ପଶୁପକ୍ଷୀ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

yellow warning alert to boudh by bhubaneswar meteorological department
ବୌଦ୍ଧକୁ ପୁଣି ଲେଉଟିଲା ଶୀତ, ପାଣିପାଗ କେନ୍ଦ୍ରର ୟେଲୋ ଓ୍ବାର୍ଣ୍ଣିଂ ଜାରି
author img

By

Published : Jan 30, 2022, 3:40 PM IST

ବୌଦ୍ଧ: ପୁଣି ଫେରିଲା ହାଡ଼ଭଙ୍ଗା ଶୀତ । ଜିଲ୍ଲାରେ ଶୀତର ଲହରୀ ବହିଥିବାରୁ ଅସହାୟ ବୃଦ୍ଧ ଲୋକମାନେ ଏବଂ ପଶୁପକ୍ଷୀ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି।

ବୌଦ୍ଧକୁ ପୁଣି ଲେଉଟିଲା ଶୀତ, ପାଣିପାଗ କେନ୍ଦ୍ରର ୟେଲୋ ଓ୍ବାର୍ଣ୍ଣିଂ ଜାରି

କିଛି ଦିନର ବ୍ୟବଧାନ ପରେ ବୌଦ୍ଧ ଜିଲ୍ଲାକୁ ପୁଣି ଲେଉଟିଛି ଶୀତ ଲହରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଡ଼ ଭଙ୍ଗା ଶୀତର ପ୍ରକୋପ ରହିଥିବା ସହ ଦିନ 10ଟା ଯାଏଁ କୁହୁଡ଼ି ଲାଗିରହୁଛି । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଥିଯୋଗୁଁ ବିଶେଷ ଭାବରେ ଗରିବ ଅସହାୟ ବୃଦ୍ଧମାନେ ଏପରିକି ପଶୁପକ୍ଷୀ ମଧ୍ୟ ଗଭୀର ପ୍ରଭାବିତ ହେଉଥିବା ଜଣାପଡ଼ିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚକାଙ୍କ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଶୀତ ଲହରୀ ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଆଲର୍ଟ କରାଯାଇଛି। ତେଣୁ ପ୍ରାୟ ଲୋକ ନିଆଁ ପୋଇଁବା ସହ ଚା’ ଦୋକାନରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.