ETV Bharat / state

ଘନ କୁହୁଡ଼ି ବଳୟରେ ବୌଦ୍ଧ, ମନ ମୋହୁଛି ଶୀତୁଆ ସକାଳର ଅପୂର୍ବ ଦୃଶ୍ୟ - ମନ ମୋହୁଛି ଶୀତୁଆ ସକାଳର ଅପୂର୍ବ ଦୃଶ୍ୟ

winter mornings in Boudh district: ଘନ କୁହୁଡିର ବଳୟ ମଧ୍ୟରେ ବୌଦ୍ଧ ଜିଲ୍ଲା । କୁହୁଡିର ଭସା ବାଦଲ ମଧ୍ୟରେ ସଜେଇ ହୋଇଛି ଧରଣୀରାଣି । ଅଧିକ ପଢନ୍ତୁ

winter mornings in Boudh district
winter mornings in Boudh district
author img

By ETV Bharat Odisha Team

Published : Dec 16, 2023, 5:19 PM IST

Updated : Dec 16, 2023, 7:24 PM IST

ଘନ କୁହୁଡ଼ି ବଳୟରେ ବୌଦ୍ଧ, ମନ ମୋହୁଛି ଶୀତୁଆ ସକାଳର ଅପୂର୍ବ ଦୃଶ୍ୟ

ବୌଦ୍ଧ: ଘନ କୁହୁଡିର ବଳୟ ମଧ୍ୟରେ ସାରା ଜିଲ୍ଲା । ଆଉ ଏଭଳି ସମୟରେ ପ୍ରକୃତି ରାଣୀର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ଖୁବ ମନଲୋଭା ହୋଇ ଉଠିଛି । ଜିଲ୍ଲାର ପ୍ରଥମ ଇକୋ ରିଟ୍ରିଟ କ୍ୟାମ୍ପଠାରୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ଶୀତୁଆ ସକାଳର କୁହୁଡିଆ ପରିବେଶ ମଧ୍ୟରେ ପ୍ରକୃତିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ଖୁବ ମନଲୋଭା ହୋଇ ଉଠିଛି । ଦେଶ ବିଦେଶର ପକ୍ଷୀଙ୍କ କୋଳାହଳ ଶବ୍ଦରେ ଚତୁର୍ଦ୍ଦିଗ ଗୁଞ୍ଜରିତ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବର୍ତ୍ତମାନ ବେଶ ଆକର୍ଷଣୀୟ ହେବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ନୂତନ ବର୍ଷକୁ ସ୍ବାଗତ କରିବାକୁ ସତେ ଯେପରି ପ୍ରକୃତି ରାଣୀ ଅପେକ୍ଷା କରି ରହିଛି । ଜିଲ୍ଲାର ବିଭିନ୍ନ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ପ୍ରକୃତି ପ୍ରେମୀଙ୍କୁ ବିମୋହିତ କରୁଥିବା ବେଳେ ଘନ କୁହୁଡିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ଏହାକୁ ଅଧିକ ଆକର୍ଷଣୀୟ କରୁଛି ।

ଏହା ବି ପଢନ୍ତୁ- First Touch Of Winter: ଶୀତୁଆ ସକାଳରେ କୁହୁଡି ପ୍ରବେଶ, ଆନମନା କବିପ୍ରାଣ

ମହାନଦୀ କୂଳରେ ଅବସ୍ଥିତ ବଉଦ ଜିଲ୍ଲାର ତିନୋଟି ବ୍ଲକରେ ପ୍ରକୃତିର ଅପରୂପ ବିଭବ ରହିଛି ଯାହାକି ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିପାରିଛି । ମହାନଦୀ ଗର୍ଭରେ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ମର୍ଜାକୁଦ ଦ୍ବୀପାଞ୍ଚଳ ଓ ଏହାର ନିକଟତମ କୁଲାରୀକୁଦ ଦ୍ବୀପରେ ପର୍ଯ୍ୟଟନର ବିରାଟ ସମ୍ଭାବନା ରହିଥିବାରୁ ଏହାକୁ ଇକୋ ଟୁରିଜିମ ମାଧ୍ୟମରେ ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଉଭୟ ଦ୍ବୀପରେ ବର୍ଷ ତମାମ ବଣଭୋଜି ପାଇଁ ସଦା ସର୍ବଦା ଭିଡ଼ ଜମୁଛି । ଏହାଛଡା ବଉଦ ଜିଲ୍ଲାର ପ୍ରଥମ ଇକୋ ରିଟ୍ରିଟ ମହାନଦୀ କୂଳରେ ଡମ୍ବରୁଗଡଠାରେ ଅୟମାରମ୍ଭ ହୋଇସାରିଛି ।

ସେହିପରି ବୌଦ୍ଧ ଜିଲ୍ଲାର ଖଣ୍ଡିକନପା, ଦେଢଶୁର ଭାଇବୋହୂ ପାହାଡ, ଲତାଝରଣ, ଖରଖରି, ନନ୍ଦନବନ, କୁମ୍ଭିଦରହ, ଶୀତଳପାଣି, ରାମଗଡ, ସାତକୋଶିଆ ଅଭୟାରଣ୍ୟ, ତାମ୍ବିଦରହ ଭଳି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏଭଳି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳର ବିକାଶ ପାଇଁ ବଉଦ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ଅଧିକ ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଛି । ବର୍ତ୍ତମାନ ଶୀତ ଋତୁରେ ସକାଳୁ କୁହୁଡିର ମେଘମାଳା ମଧ୍ୟରେ ଏସବୁ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବେଶ ମନଲୋଭା ହୋଇ ଉଠିଛି । ଏନେଇ ଜିଲ୍ଲା ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Dec 16, 2023, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.