ବୌଦ୍ଧ: ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । କିଛି ଦିନର ବ୍ୟବଧାନ ପରେ ଶୀତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଘନ କୁହୁଡି ଯୋଗୁଁ ସଡକ ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି । ଗତ ଦୁଇ ଦିନ ହେଲା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସହିତ ଘନ କୁହୁଡି ପରିଲକ୍ଷିତ ହୋଇଛି ।
ରାତି ଠାରୁ ସକାଳୁ ପ୍ରାୟ 10ଟା ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ଗାଡିମୋଟର ଓ ଷ୍ଟ୍ରିଟ ଲାଇଟ ଜଳୁଥିବା ଦେଖାଯାଉଛି । କେବଳ ଦୁଇ ତିନି ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଦଶରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦଶରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି ।
ଗୁରୁବାର ବିଳମ୍ବିତ ରାତିରେ ବୌଦ୍ଧ ଏସପିଙ୍କ ବାସଭବନ ନିକଟରେ ଘନ କୁହୁଡି ଯୋଗୁଁ ରାସ୍ତା ଠଉରାଇ ନପାରି ଏକ କାର ଦୁର୍ଘଟଣା ଘଟିଥିବା ସୂଚନା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ