ETV Bharat / state

ବିତିଲା 20 ବର୍ଷ: ମିଳିଲାନି ବିଧବା ଭତ୍ତା - ଦୁଇ ଭଉଣୀଙ୍କୁ ମିଳୁନି ବିଧବା ଭତ୍ତା

ଅପହଞ୍ଚ ସାମାଜିକ ସୁରକ୍ଷା ବ୍ୟବସ୍ଥା। ବିଧବା ହେବାର କୋଡିଏ ବର୍ଷ ପରେ ମଧ୍ୟ ମହିଳାଙ୍କୁ ମିଳିପାରୁନି ବିଧବା ଭତ୍ତା । ଏନେଇ ବାରମ୍ବାର ଆବେଦନ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

WIDOWS ALLOWANCE DID NOT RECEIVED EVEN TWENTY YEARS AFTER HER HUSBAND DEATH IN BOUDH
ଦୀର୍ଘ କୋଡିଏ ବର୍ଷ ହେଲା ଦୁଇ ଭଉଣୀଙ୍କୁ ମିଳୁନି ବିଧବା ଭତ୍ତା
author img

By

Published : Jun 15, 2022, 4:02 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସାମାଜିକ ସୁରକ୍ଷା ବ୍ୟବସ୍ଥା। ଅସହାୟ ମହିଳା, ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଓ ଅନ୍ୟ ବର୍ଗର ନାଗରିକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ବିଶେଷ ଭାବରେ ଏଭଳି ଅସହାୟଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଅନ୍ତର୍ଗତ ଆର୍ଥିକ ସହାୟତା ହିତାଧିକାରୀଙ୍କୁ ଯୋଗାଇ ଦେଉଛନ୍ତି। କିନ୍ତୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ହିତାଧିକାରୀଙ୍କ ପାଇଁ ଏହି ଯୋଜନା ଆଜି ମଧ୍ୟ ଅପହଞ୍ଚ ହୋଇ ରହିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତ ଲକଡପାଜୁ ଗ୍ରାମରେ । ଗ୍ରାମର ଦୁଇ ଭଉଣୀ କୌଶଲ୍ୟା କହଁର ଓ ଗୁରୁଚନା କହଁର ଦୀର୍ଘ ବର୍ଷ ହେଲା ବିଧବା ହୋଇ ସାରିଛନ୍ତି ।

ଦୀର୍ଘ କୋଡିଏ ବର୍ଷ ହେଲା ଦୁଇ ଭଉଣୀଙ୍କୁ ମିଳୁନି ବିଧବା ଭତ୍ତା

ତେବେ ଦୁଇ ମହିଳା ବାରମ୍ବାର ବିଧବା ଭତ୍ତା ପାଇଁ ଆବେଦନ କରିବା ସହିତ ପଞ୍ଚାୟତର ବାବୁମାନଙ୍କୁ ଗୁହାରି ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ଦୁଇ ମହିଳାଙ୍କୁ ବିଧବା ଭତ୍ତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.