ETV Bharat / state

ତାତି ସହ ବଢୁଛି ତରଭୁଜର ଚାହିଦା - heat

ବୌଦ୍ଧରେ ଖରାଦିନେ ଉତ୍ପାଦିତ ତରଭୁଜର ଚାହିଦା ବେଶ ବଢିବାରେ ଲାଗିଛି। କେବଳ ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ଏହା ସୃଷ୍ଟି କରି ପାରିଛି ଏକ ସ୍ବତନ୍ତ୍ର ପରିଚୟ।

ଫଟୋ ସୌଜନ୍ୟ: ପ୍ରତିନିଧି,  ବୌଦ୍ଧ
author img

By

Published : Apr 12, 2019, 10:29 AM IST

ବୌଦ୍ଧ: ଜଳବାୟୁ ସହ ଉଭୟ ଖରିଫ ଓ ରବି ଫସଲ ପାଇଁ ଅତ୍ୟନ୍ତ ଉପଯୋଗୀ ମହାନଦୀ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲା। ଜିଲ୍ଲାରେ ତେଲ,ଲକ୍ଷ୍ମୀ, ସାଲୁଙ୍କୀ,ବାଘ,ମେହେରୁଣୀ ଭଳି ଅନେକ ନଦୀ ନାଳ ପ୍ରବାହିତ ହେଉଥିବାରୁ ଏଠାକାର ପନିପରିବା ଓ ଋତୁ କାଳୀନ ଫଳମୂଳ ଫସଲର ବେଶ ଚାହିଦା ରହିଛି। ଏହି କ୍ରମରେ ବୌଦ୍ଧରେ ଖରାଦିନେ ଉତ୍ପାଦିତ ତରଭୁଜର ଚାହିଦା ବେଶ ବଢିବାରେ ଲାଗିଛି। କେବଳ ଜିଲ୍ଲାରେ ନୁହେଁ ପୁରା ରାଜ୍ୟରେ ଏହା ସୃଷ୍ଟି କରି ପାରିଛି ଏକ ସ୍ବତନ୍ତ୍ର ପରିଚୟ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଜାତୀୟ ରାଜପଥ କଡରେ ଗଦା ଗଦା ହୋଇ ବିକ୍ରି ହେଉଛି ତରଭୁଜ। ଗ୍ରୀଷ୍ମ ବଢିବା ସହ ଏହାର ଚାହିଦା ମଧ୍ୟ ବଢିବାରେ ଲାଗିଛି। ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକର ପ୍ରାୟ ୨୦ ରୁ ଅଧିକ ପଞ୍ଚାୟତରେ ଏହି ଚାଷ ଅନେକ ଚାଷୀଙ୍କ ରୋଜଗାରର ମାଧ୍ୟମ ପାଲଟିଥିବା ବେଳେ ଜିଲ୍ଲାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ।

ଖରା ଦିନର ତାତିରେ ପେଟକୁ ଥଣ୍ଡା ରଖେ ତରଭୁଜ। ଖାଇବାରେ ସ୍ବାଦ ସହ ଶରୀର ପାଇଁ ମଧ୍ୟ ବେଶ ଉପଯୋଗୀ। ମାର୍ଚ୍ଚ ମାସର ଶେଷରୁ ଅମଳ ଆରମ୍ଭ ହୋଇ ମେ ମାସ ଅର୍ଥାତ ଖରାଦିନ ପର୍ଯ୍ୟନ୍ତ ରହିଥାଏ ତରଭୁଜ ଚାଷ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମହାନଦୀ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଜଳବାୟୁ ଉଭୟ ଖରିଫ ଓ ରବି ଫସଲ ନିମନ୍ତେ ଅତ୍ୟନ୍ତ ଉପଯୋଗୀ । ଜିଲ୍ଲାରେ ତେଲ,ଲକ୍ଷ୍ମୀ, ସାଲୁଙ୍କୀ,ବାଘ,ମେହେରୁଣୀ ଭଳି ଅନେକ ନଦୀ ନାଳ ପ୍ରବାହିତ ହେଉଥିବାରୁ ଏଠାକାର ପନିପରିବା ଓ ଋତୁ କାଳୀନ ଫଳର ବେଶ ଚାହିଦା ରହିଛି । ଏହି କ୍ରମରେ ବୌଦ୍ଧ ଜଳବାୟୁ ରେ ଖରାଦିନେ ଉତ୍ପାଦିତ ତରଭୁଜର ଚାହିଦା କେବଳ ଜିଲ୍ଲା ମଧ୍ୟରେ ନୁହେଁ, ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି ।

Body:ଜାତୀୟ ରାଜପଥ୫୭ କଡରେ ଖରାଦିନେ ଏହିଭଳି ଗଦା ଗଦା ହୋଇ ବିକ୍ରି ପାଇଁ ରହିଛି ତରଭୁଜ ।ମାର୍ଚ୍ଚ ମାସର ଶେଷରୁ ଏହି ତରଭୁଜ ଅମଳ ଆରମ୍ଭ ହୋଇ ମେ ମାସ ପର୍ଯ୍ୟନ୍ତ ଅର୍ଥାତ ଖରାଦିନେ ଏହି ତରଭୁଜର ଅମଳ ସହ ଚାହିଦା ମଧ୍ୟ ବେଶ ରହିଥାଏ । ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକର ପ୍ରାୟ ୨୦ ରୁ ଅଧିକ ପଞ୍ଚାୟତ ରେ ଏହି ଚାଷ ଅନେକ ଚାଷୀଙ୍କ ରୋଜଗାରର ମାଧ୍ୟମ ପାଲଟିଥିବା ବେଳେ ଜିଲ୍ଲା କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ ।ପ୍ରତ୍ୟହ ଏହି ଜାତୀୟ ରାଜପଥ କଡରେ ଅନେକ ଚାଷୀ ଏହିଭଳିଭାବରେ ତରଭୁଜର ପସରା ଖୋଲି ବେଶ ଦୁଇ ପଇସା ରୋଜଗାର କରନ୍ତି ।

Conclusion:ବାଇଟ-୧- ପ୍ରହଲ୍ଲାଦ ମହାକୁଡ, ଗ୍ରାହକ
ବାଇଟ-୨- ଲମ୍ବୋଦର ସାହୁ, ତରଭୁଜ ଚାଷୀ
ବାଇଟ-୩- ମୂରଲୀ ପ୍ରଧାନ, ତରଭୁଜ ବ୍ୟବସାୟୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.