ବୌଦ୍ଧ: ଏଣିକି କେବଳ ସହରାଞ୍ଚଳରେ ନୁହେଁ, ପଞ୍ଚାୟତ ସ୍ତରରେ ମଧ୍ୟ ହେବ ବର୍ଜ୍ୟବସ୍ତୁ ପରିଚାଳନା । ଆଜି(ଗୁରୁବାର) ହରଭଙ୍ଗା ବ୍ଲକର ପ୍ରଥମ ପଞ୍ଚାୟତ ଭାବରେ ବୀରନରସିଂପୁର ଠାରୁ ଏହାର ପ୍ରଥମ ପଦକ୍ଷେପ ଗ୍ରହଣ କରାଯାଇଛି ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବୀରନରସିଂପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ରଖିବାକୁ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ, ଆଶା,ଅଙ୍ଗନବାଡି ଓ ସ୍ବେଚ୍ଛାସେବୀ ମହିଳାମାନେ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଆଜି ଏକ ସ୍ବତନ୍ତ୍ର ବୈଠକରେ ପିଡି ଡିଆରଡିଏ ବବିତା ଦଳବେହେରା, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର, ବିଡ଼ିଓ ନୀଳକଣ୍ଠ ବେହେରା, ବୀରନରସିଂପୁର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ, ପିଇଓ ପୁରନ୍ଦର ଠେଲା ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ରଖିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ