ETV Bharat / state

ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଧରାବତରଣ, ମହାନଦୀରେ ମହାଆଳତୀ - ବ୍ରହ୍ମଣଙ୍କ ବେଦ ପାଠରେ ପ୍ରକମ୍ପିତ ବୌଦ୍ଧ

ବ୍ରହ୍ମଣଙ୍କ ବେଦ ପାଠରେ ପ୍ରକମ୍ପିତ ହେଉଛି ଗାଁଠୁ ସହର । ସୃଷ୍ଟିର ସ୍ରଷ୍ଟା ପ୍ରଭୁ ବିଶ୍ବକର୍ମା ଧରାବତରାଣ କରିଛନ୍ତି ତେଣୁ ସୃଷ୍ଚି ହୋଇଛି ଭକ୍ତିମୟ ପରିବେଶ । ବୌଦ୍ଧରେ ଆନନ୍ଦ ଉଲ୍ଲାସର ସହିତ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଧରାବତରଣ , ମହାନଦୀରେ ମହାଆଳତୀ

author img

By ETV Bharat Odisha Team

Published : Sep 17, 2023, 10:31 PM IST

ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଧରାବତରଣ , ମହାନଦୀରେ ମହାଆଳତୀ

ବୌଦ୍ଧ: ଆରମ୍ଭ ହୋଇଛି ପାର୍ବଣ ଋତୁ ବ୍ରାହ୍ମଣଙ୍କ ବେଦ ପାଠରେ ପ୍ରକମ୍ପିତ ହେଉଛି ଗାଁଠୁ ସହର । ଆଜି ସୃଷ୍ଟିର ସ୍ରଷ୍ଟା ପ୍ରଭୁ ବିଶ୍ବକର୍ମା ଧରାଅବତରାଣ କରିଛନ୍ତି ତେଣୁ ସୃଷ୍ଚି ହୋଇଛି ଭକ୍ତି ମୟ ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ବକର୍ମା । ଏହି କ୍ରମରେ ବୌଦ୍ଧ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ପବିତ୍ର ଭାଦ୍ରବ ସଂକ୍ରାନ୍ତି ଅବସରରେ ଏଠାରେ ମହାନଦୀକୁ ମହାଆଳତୀ କରାଯାଇଛି । ଶହ ଶହ ଶ୍ରଦ୍ଧାଳୁ ମହାନଦୀରେ ମହାଆଳତୀରେ ସାମିଲ ହୋଇଥିଲେ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜନ ଉତ୍ସବ ନେଇ ଚତୁର୍ଦ୍ଦିଗ ମୁଖରିତ ହୋଇ ଉଠିଥିଲା । ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ବିଭାଗ, ଜଳସେଚନ ବିଭାଗ, ପାନୀୟଜଳ ବିଭାଗ ଓ ବିଭିନ୍ନ ଯାନ୍ତ୍ରିକ ବିଭାଗ ପକ୍ଷରୁ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବୌଦ୍ଧ ଟାଉନ ହଲ ଠାରେ ଭାଗବତ କଥାର ଆୟୋଜନ କରାଯାଇଥିଲା । ଏଥିରେ କୁନିକୁନି ପିଲାମାନଙ୍କ ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ବେଶ ଖୁବ ଆକର୍ଷଣୀୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, କିଣାବିକା ପାଇଁ ଜମୁଛି ଭିଡ଼

ସେପଟେ ପାରାଦ୍ବୀପର ମଧ୍ୟ ଧୁମଧାମ୍ ସହ ଚାଲିଛି ବିଶ୍ବକର୍ମା ପୂଜା । ବନ୍ଦର ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରୀତ ହୋଇ ଉଠିଛି । ଦୀର୍ଘ ୭ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉ ଥିବାବେଳେ ଚଳିତ ବର୍ଷ ପାରାଦ୍ୱୀପ ସହରରେ ୧୬ଟି ମେଢ଼ ସାଙ୍ଗକୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ ଦେଖିବାକୁ ମିଳିଛି । ଚଳିତ ବର୍ଷ ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ବୌଦ୍ଧ ମନ୍ଦିର ଶୈଳିରେ ନିର୍ମିତ ତୋରଣ ଏହା ସାଧାରଣତଃ ତିବତ, ବର୍ମା ଇତ୍ୟାଦି ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେଉ ଥିବାରୁ ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରୁ ଲୋକଙ୍କ ସମାଗମ ହୋଇଛି ।

ଈଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.