ETV Bharat / state

ବର୍ଷା ଯୋଗୁଁ କୃତ୍ରିମ ବନ୍ୟାରେ ଜଳବନ୍ଦୀ ଗ୍ରାମବାସୀ - Villagers trapped in artificial flooding

ଲଘୁଚାପ ଜନିତ ବର୍ଷା ଯୋଗୁଁ ଗୁରୁବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହାର ପ୍ରଭାବରେ ବାମଣ୍ଡା ପଞ୍ଚାୟତର ବିରିଗଡ ଗ୍ରାମ ବିଶେଷ ପ୍ରଭାବିତ ହୋଇଛି ।

villagers-trapped-in-artificial-flooding-due-to-rains-at-boudha
ବର୍ଷା ଯୋଗୁଁ କୃତ୍ରିମ ବନ୍ୟାରେ ଜଳବନ୍ଦୀ ଗ୍ରାମବାସୀ
author img

By

Published : Jul 24, 2020, 5:46 AM IST

ବୌଦ୍ଧ: ଗାଁ ରାସ୍ତାରେ ପ୍ରବାହିତ ହେଲା କୃତ୍ରିମ ବନ୍ୟା ଜଳ । ପ୍ରାୟ 4 ଫୁଟରୁ ଉର୍ଦ୍ଧ୍ବ ଏହି ବର୍ଷା ପାଣି ଦିନ ତମାମ ଗ୍ରାମବାସୀଙ୍କୁ ଜଳବନ୍ଦୀ କରି ରଖିଥିଲା ।

ବର୍ଷା ଯୋଗୁଁ କୃତ୍ରିମ ବନ୍ୟାରେ ଜଳବନ୍ଦୀ ଗ୍ରାମବାସୀ
ଲଘୁଚାପ ଜନିତ ବର୍ଷା ଯୋଗୁଁ ଗୁରୁବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହାର ପ୍ରଭାବରେ ବାମଣ୍ଡା ପଞ୍ଚାୟତର ବିରିଗଡ ଗ୍ରାମ ବିଶେଷ ପ୍ରଭାବିତ ହୋଇଛି । ସୂଚନା ମୁତାବକ ବିରିଗଡ ଗ୍ରାମର ଜନୈକ ବ୍ୟକ୍ତି ଜମି ହିଡ ଉଚ୍ଚ କରି ପ୍ରାକୃତିକ ଜଳସ୍ରୋତର ରାସ୍ତାକୁ ବନ୍ଦ କରିଦେବା ଫଳରେ ଗାଁ ଭିତରକୁ ବର୍ଷା ପାଣି ପସି ଆସି କୃତ୍ରିମ ବନ୍ୟାର ବିଭୀଷିକା ସୃଷ୍ଟି କରିଥିଲା ।

ଫଳରେ ଗୁୁରୁବାର ଦିନ ତମାମ ବିରିଗଡ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ଜାତୀୟ ରାଜପଥ ବିଭାଗର ଅବହେଳାରୁ ପଞ୍ଚାୟତ ସଦର ମହକୁମା ବାମଣ୍ଡା ଠାରେ ମଧ୍ୟ ବର୍ଷା ଜଳ ନିଷ୍କାସନ ହୋଇନପାରି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ଖୋଦ ସରପଞ୍ଚ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.