ETV Bharat / state

କଣ୍ଟାମାଳରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି - ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି । ପ୍ରକୃତ ହିତାଧିକାରୀ ପାଉନାହାଁନ୍ତି ଘର । ଘେରିଲେ ବ୍ଲକ କାର୍ଯ୍ୟାଳୟ । ଅଧିକ ପଢ଼ନ୍ତୁ

abas yojona corruption
ଆବାସ ଯୋଜନାରେ ଦୁର୍ନୀତି
author img

By

Published : Jan 10, 2023, 1:48 PM IST

ଆବାସ ଯୋଜନାରେ ଦୁର୍ନୀତି

ବୌଦ୍ଧ : ଜିଲ୍ଲା କଣ୍ଟାମାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଛି ଆବାସ । ହେଲେ ଯୋଗ୍ୟ ହିତାଧିକାରୀ ପାଉନାହାନ୍ତି ଘର। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳୁନି । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏହାକୁ ନେଇ ଆଜି ହଜାରହଜାର ହିତାଧିକାରୀଙ୍କ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହାସହ ବ୍ଲକ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ।

ସୂଚନାନୁସାରେ ଗରିବଙ୍କ ପାଇଁ କେନ୍ଦ୍ର ସରକାର 26 ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଦେଇଛନ୍ତି । ହେଲେ ତାହା ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀଙ୍କ ବଦଳରେ ଦଳୀୟ ଭିତ୍ତିରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଅନ୍ୟ ଲୋକଙ୍କୁ ଏହି ଯୋଜନାରେ ଘର ଦିଆଯାଉଛି । କିନ୍ତୁ ଯିଏ ପାଇବାକୁ ହକଦାର ସେହି ହିତାଧିକାରୀକୁ ଏଥିରୁ ବଞ୍ଚିତ କରାଯାଇଛି । ତେଣୁ ଆବାସ ଯୋଜନାରେ ବ୍ୟାପକ ଚଞ୍ଚକତା କରି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଥିବା ବେଳେ କଣ୍ଟାମାଳ ବିଡ଼ିଓ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏ ସମ୍ପର୍କରେ ରାଜ୍ୟ ଯୁବ ବିଜେପି ସମ୍ପାଦକ ଓମପ୍ରକାଶ ମିଶ୍ର କହିଛନ୍ତି, "କଣ୍ଟାମାଳ ବ୍ଲକରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଛି ଦୁର୍ନୀତି । ଟାଳଟୁଳ ନୀତିରେ ଦିଆଯାଉଛି ଆବାସ । ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ଏଠି ଘର ଦିଆଯାଉନି । ତେଲିଆ ମୁଣ୍ଡରେ ତେଲ ଭଳି ଏଠାରେ ପ୍ରଶାସନ ଓ କିଛି ମୁଷ୍ଟିମେୟ ଅଧିକାରୀ ଭିତରେ ମଧୁଚନ୍ଦ୍ରିକା ଯୋଗୁଁ ଯୋଗ୍ୟ ହିତାଧିକାରୀ ଏଠାରେ ବଞ୍ଚିତ ହେଉଛନ୍ତି । ଆଜି କଣ୍ଟାମାଳ ବ୍ଲକ ଅଞ୍ଚଳର ଅନେକ ହିତାଧିକାରୀ ଯେଉଁମାନେ ଯୋଗ୍ୟ ଅଛନ୍ତି କିନ୍ତୁ ଘର ପାଇ ନାହାଁନ୍ତି ଏପରିକି ସେମାନଙ୍କ ନାଁ ପଞ୍ଚାୟତ ଖାତାରେ ବି ଉଠିଥିଲା ସେମାନଙ୍କ ନାଁକୁ ଚକ୍ରାନ୍ତ କରି କାଟି ଦେଇଛନ୍ତି । ଅଥଚ ଯେଉଁ ମାନଙ୍କର ନାଁ ନଥିଲା ତାଲିକାରେ ସେମାନଙ୍କୁ ଏଠି ପ୍ରଧାନମନ୍ତ୍ରୀ ଆବାସରେ ଘର ଦିଆଯାଉଛି । ଏହାକୁ ନେଇ ଆଜି ପ୍ରତିବାଦ କରିଛୁ । ଗୋଟିଏ ପଟେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ସମସ୍ତଙ୍କୁ ଘର ଦିଆଯିବ କହି ଯେଉଁ ନିଜର କଥା ରଖିଥିଲେ ତାକୁ ଆଜି ଅକ୍ଷରେ ଅକ୍ଷରେ ପାଳନ କରି ଲକ୍ଷଲକ୍ଷ ସଂଖ୍ୟାରେ ଘର ପଠାଉଛନ୍ତି । କିନ୍ତୁ ଏଠାରେ ତାହା ବାଟମାରଣା ହେଉଛି । ଏନେଇ ଆଜି କଣ୍ଟାମାଳ ବିଡିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛୁ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.