ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ - କଣ୍ଟାମାଳରେ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ

ସମସ୍ୟା ଘେରରେ କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତ । ଗମନାଗମନ, ଆବାସ, ପାନୀୟଜଳ ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ଅଧିକ ପଢନ୍ତୁ

ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ
ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ
author img

By ETV Bharat Odisha Team

Published : Sep 19, 2023, 11:31 AM IST

ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ

ବୌଦ୍ଧ : କଣ୍ଟାମାଳ ବ୍ଲକରେ ବାଟବଣା ସରକାରୀ ଯୋଜନା । ମାଳମାଳ ସମସ୍ୟାରେ ଛନ୍ଦି ହୋଇ ରହିଛି କଣ୍ଟାମାଳ । ସରକାରଙ୍କ ବିକାଶମୂଳକ ଯୋଜନା ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜି ମଧ୍ୟ ଅପହଞ୍ଚ । ଯାହାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ।

ତେବେ ୨୪ ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକ । ହେଲେ କଣ୍ଟାମାଳ ବ୍ଲକ ମାଳମାଳ ସମସ୍ୟା ଘେରରେ ଛନ୍ଦି ହୋଇ ରହିଥିବାରୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରଙ୍କ ବିକାଶର ଗାଡି ଠିକରେ ପହଞ୍ଚି ପାରିନାହିଁ । ବରଗୋଛା ପଞ୍ଚାୟତଠାରୁ ନେଇ ବରଗାଁ ପଞ୍ଚାୟତ ଓ ରେଙ୍ଗାଲୀ ପଞ୍ଚାୟତଠାରୁ ନେଇ ଖମନମୁଣ୍ଡା ପଞ୍ଚାୟତ ପର୍ଯ୍ୟନ୍ତ ଅଧିକାଂଶ ପଞ୍ଚାୟତରେ ଗାଁ କଲ୍ୟାଣ ସମିତି ଆଦୌ କାର୍ଯ୍ୟକାରୀ ହେଉନାହିଁ । ଫଳରେ ବର୍ତ୍ତମାନ ବିଭିନ୍ନ ପଞ୍ଚାୟତରେ ଥିବା ଗ୍ରାମର ତଳ ସ୍ତରରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ରହିଛି । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ବେଳେ ଅନେକ ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ ।

ଏନେଇ ବାରମ୍ବାର ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପରିସ୍ଥିତି ଏପରି ହୋଇଛି ଯେ ଖାସ ବ୍ଲକ ସଦର ମହକୁମା କଣ୍ଟାମାଳକୁ ଏକ ପୌରାଞ୍ଚଳରେ ପରିଣତ ପାଇଁ ଦୀର୍ଘ ବର୍ଷ ହେଲା ପ୍ରତିଶ୍ରୁତି ଦିଆଯାଉ ଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ସେହିପରି କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି । ଏପରିକି ଖାସ କଣ୍ଟାମାଳ ବ୍ଲକର ପଛ ପାର୍ଶ୍ଵରେ ଥିବା ବନ୍ଧପାଲି ଗ୍ରାମର ବିଦ୍ୟାଳୟ ଓ ଗାଁ ରାସ୍ତାକୁ ଦେଖିଲେ ଅଞ୍ଚଳର ବିକାଶ କିଭଳି ହୋଇଥିବ ତାହା ସହଜରେ ଅନୁମେୟ ।

ଏହା ମଧ୍ୟ ପଢନ୍ତୁୃ - କଣ୍ଟାମାଳରେ ଅପହଞ୍ଚ ସରକାରୀ ଯୋଜନା, ସମସ୍ୟାରେ ଜର୍ଜରିତ ଅଞ୍ଚଳବାସୀ

ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ସାମାଜିକ ସୁରକ୍ଷା, ଗାଁ କଲ୍ୟାଣ ସମିତି, ବିଦ୍ୟୁତ, ଜଳଛାୟା ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହେଉଛି । ସେହିପରି କଣ୍ଟାମାଳ ବ୍ଲକରେ ଜିଲ୍ଲାର ସର୍ବାଧିକ ଶ୍ରମିକ ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହାଛଡ଼ା ନିର୍ମାଣ ଶ୍ରମିକଙ୍କ ପରିବାର ପାଇଁ ଥିବା ସରକାରୀ ଯୋଜନା ଓ ସହାୟତା ମଧ୍ୟ ଠିକରେ କାର୍ଯ୍ୟକାରୀ ହେଉନି । ତେଣୁ ଏ ସମ୍ପର୍କରେ ସାମାଜିକ କର୍ମୀ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଏନେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.