ବୌଦ୍ଧ: ସ୍ବାଧୀନତା ଦିବସରେ ଉଦଘାଟିତ ହେଲା ଭେଣ୍ଟିଲେଟର । ବୌଦ୍ଧ ବିଧାୟକ ଏହାକୁ ଉଦଘାଟନ କରିଥିବା ବେଳେ ଗୁରୁତର ରୋଗୀଙ୍କ ପାଇଁ ଶୁଭ ଖବର ବୋଲି ଜିଲ୍ଲାପାଳ କହିଛନ୍ତି ।
ବୌଦ୍ଧ ସ୍ଥିତ କୋଭିଡ ହେଲଥ ସେଣ୍ଟରରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର । ସ୍ବାଧୀନତା ଦିବସରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ । ଆଇସିୟୁରେ 6 ଟି ଭେଣ୍ଟିଲେଟର ବେଡ ରହିଛି । ଏହା ବୌଦ୍ଧ ଜିଲ୍ଲା ସହିତ ପଡୋଶୀ ଜିଲ୍ଲାର ଗୁରୁତର କୋରୋନା ରୋଗୀଙ୍କ କାର୍ଯ୍ୟରେ ଲାଗିପାରିବ ବୋଲି ସୂଚନା ମିଳିଛି । ଏହା କାର୍ଯ୍ୟକ୍ଷମ ହେବା ଦ୍ବାରା ବୌଦ୍ଧର କୋଭିଡ ହେଲଥ ସେଣ୍ଟର କୋଭିଡ ହସପିଟାଲ ଭଳି ସେବା ଯୋଗାଇ ପାରିବ ଓ ଗୁରୁତର ରୋଗୀଙ୍କ ପାଇଁ କାର୍ଯ୍ୟରେ ଆସିବ । ଏଥିସହିତ ଜିଲ୍ଲାରେ ଅତି ଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ