ETV Bharat / state

ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ହେବ ଟୀକାକରଣ ବ୍ୟବସ୍ଥା - ଟୀକାକରଣ

ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ହେବ ଟୀକାକରଣ । ଅଧିକ ପଢନ୍ତୁ...

ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ହେବ ଟୀକାକରଣ ବ୍ୟବସ୍ଥା

author img

By

Published : Jun 18, 2021, 12:29 PM IST

ବୌଦ୍ଧ: ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଅଠର ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଶେଷ ହେଲା । ତେବେ ବର୍ତ୍ତମାନ ମଧ୍ୟ ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଥିବା ବିଭିନ୍ନ ବର୍ଗର ଲୋକ ଏହି ଟୀକାକରଣ ବ୍ୟବସ୍ଥାରୁ ବଞ୍ଚିତ ହୋଇ ରହିଛନ୍ତି । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣର ହାର କମିବାରେ ଲାଗିଛି । ଅନ୍ୟ ପଟରେ ଟୀକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।

ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ହେବ ଟୀକାକରଣ ବ୍ୟବସ୍ଥା

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଟୀକାକରଣରେ ଦୁଇ ହଜାର ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 1500 ଟିକା 3ଦିନ ଧରି ଟାଉନ ହଲ ଠାରେ ଚାଲିଥିଲା । ଆଜି ଏହି ଅଠର ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଟୀକାକରଣ ଦ୍ବିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତା ସପ୍ତାହରେ ତୃତୀୟ ପର୍ଯ୍ୟାୟ ଟିକାଦାନ ହେବା ସମ୍ଭାବନା ରହିଛି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ହଜାର ହଜାର ଲୋକ ଯେଉଁମାନେ ମୋବାଇଲ ସେବା ଓ ବ୍ୟବହାର ଠାରୁ ଦୂରରେ ସେମାନଙ୍କ ପାଇଁ ସରକାର ଏଣିକି ଟୀକାକରଣର ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.