ETV Bharat / state

ବୌଦ୍ଧରେ ଆଉ ଦୁଇ କୋରୋନା ସଂକ୍ରମିତଙ୍କ ଏକାଠି ଜଳିଲା ଚିତା - ଆଉ ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ

ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାର ଦୁଇ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏକା ସଙ୍ଗେ ରାଜଘାଟ ଠାରେ ସ୍ବେଛାସେବୀ ଦାହ ସଂସାର କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଉ ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ
ଆଉ ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ
author img

By

Published : Oct 6, 2020, 11:06 PM IST

ବୌଦ୍ଧ: ଗୋଟିଏ ଦିନରେ ଦୁଇ ଦୁଇଜଣ କୋରୋନା ରୋଗୀଙ୍କର ଏକାସଙ୍ଗେ ଜଳିଲା ଚିତା । ବୌଦ୍ଧ ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଥିବା ବେଳେ ସଚେତନ ରହିବାକୁ ହାତଯୋଡି ଗୁହାରି କରିଛନ୍ତି ସ୍ବେଚ୍ଛାସେବୀ ।

ଥମିବାର ନା ନେଉନି କୋରୋନା ସଂକ୍ରମଣ । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ ୧୮ ଜଣ ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୧ରେ ପହଞ୍ଚିଲାଣି । ସେପଟେ ଆଜି ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାର ଦୁଇ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏକା ସଙ୍ଗେ ରାଜଘାଟ ଠାରେ ସ୍ବେଛାସେବୀ ଦାହ ସଂସାର କରିଛନ୍ତି ।

ଆଉ ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ

ତେବେ କୋରୋନା ସଂକ୍ରମିତ 16 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରୀ ଭାବରେ ବୌଦ୍ଧ ଜିଲ୍ଲାର ଚାରି ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ କୋରୋନା କଟକଣାକୁ କେହି ମାନୁ ନଥିବାରୁ ସ୍ବେଚ୍ଛାସେବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.