ETV Bharat / state

କ୍ରୀଡା ପ୍ରଶିକ୍ଷକଙ୍କ ନିଆରା ପ୍ରୟାସ, ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ମାଗଣା ତୀରନ୍ଦାଜ ପ୍ରଶିକ୍ଷଣ - ଶାରୀରିକ କ୍ରୀଡା ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ

ବୌଦ୍ଧ ଜିଲ୍ଲାରେ କ୍ରୀଡା ପ୍ରଶିକ୍ଷକଙ୍କ ନିଆରା ପ୍ରୟାସ । ବିଭିନ୍ନ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ତୀରନ୍ଦାଜ କ୍ରୀଡା ପ୍ରଶିକ୍ଷଣ ଦେଉଛନ୍ତି । ଅଧିକ ପଢ଼ନ୍ତୁ

archery training to students in boudh
archery training to students in boudh
author img

By

Published : Feb 26, 2023, 9:54 AM IST

ଛାତ୍ରଛାତ୍ରୀଙ୍କୁ ମାଗଣା ତୀରନ୍ଦାଜ ପ୍ରଶିକ୍ଷଣ

ବୌଦ୍ଧ: ହାତରେ ତୀର କମାନ, ଲକ୍ଷ୍ୟ ଉପରେ ନଜର । ଛାତ୍ରଛାତ୍ରୀଙ୍କୁ ନୂଆ ଆଶା ଦେଖାଇଛି ତୀରନ୍ଦାଜ କ୍ରୀଡା । ବୌଦ୍ଧ ଜିଲ୍ଲାରେ ଏଭଳି ଏକ ନୂଆ ପ୍ରୟାସ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍କୁଲରେ ଶାରୀରିକ କ୍ରୀଡା ପ୍ରଶିକ୍ଷକ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ମାଗଣାରେ ତୀରନ୍ଦାଜ କ୍ରୀଡାର ପ୍ରଶିକ୍ଷଣ ଦେଉଛନ୍ତି । ଏହି ପ୍ରଶିକ୍ଷକ ହେଉଛନ୍ତି କୃଷ୍ଣଚନ୍ଦ୍ର ସେଠୀ । ସେ ନିଜସ୍ୱ ଉଦ୍ୟମରେ ତୀରନ୍ଦାଜ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସୌମ୍ୟଙ୍କ ପୁଣି ଶାଣିତ ସମାଲୋଚନା, କହିଲେ ଦଳରେ ଅଛୁ ବୋଲି ଖୋଲାଖୋଲି କହିପାରୁନୁ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କ୍ରୀଡା କ୍ଷେତ୍ରରେ ବିରାଟ ସମ୍ଭାବନା ରହିଛି । ଆମ୍ବଗାଁ ଠାରୁ ତଳଗାଁ ପର୍ଯ୍ୟନ୍ତ ସମସ୍ତ 69 ଗୋଟି ପଞ୍ଚାୟତରେ ଖେଳ ଓ ଖେଳାଳିଙ୍କ ଉନ୍ନତି ସହିତ ଖେଳପଡିଆର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପ୍ରାୟ ଅଧିକାଂଶ ପଞ୍ଚାୟତରେ କ୍ରୀଡା ଭିତ୍ତିଭୂମିର ବିକାଶ ଠିକରେ ହୋଇ ପାରୁନାହିଁ । ମନରେଗା ମାଧ୍ୟମରେ ଖେଳପଡିଆର ଉନ୍ନତି ପାଇଁ ଯୋଜନା ରହିଥିଲେ ମଧ୍ୟ ଏଥିରେ ବ୍ୟାପକ ଦୁର୍ନୀତି ଏ କ୍ଷେତ୍ରରେ ବାଧକ ସାଜିଛି । ଜିଲ୍ଲା ସଦର ମହକୁମା ବୌଦ୍ଧର କଚେରୀ ପଡିଆ ଓ ଜିଲ୍ଲା ଷ୍ଟାଡିୟମ ରହିଛି । କିନ୍ତୁ ଜିଲ୍ଲା ଷ୍ଟାଡିୟମ ଦୀର୍ଘ ପନ୍ଦର ବର୍ଷ ହେଲା ନିର୍ମାଣ ଚାଲିଛି ଯେ, ତାହା ସମ୍ପୂର୍ଣ୍ଣ ହେବାର ନା ଧରୁନି । ବାରମ୍ବାର କ୍ରୀଡାବିତମାନେ ଏନେଇ ଗଭୀର ଉଦବେଗ ପ୍ରକାଶ କରି ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସ୍ତ୍ରୀକୁ କଥା ଦେଇ କଥା ରଖିଲେ ସ୍ବାମୀ, 7କୋଟିରେ ସାଉଥ ଷ୍ଟାଇଲରେ ନିର୍ମାଣ କଲେ ମା' ସନ୍ତୋଷୀଙ୍କ ଭବ୍ୟ ମନ୍ଦିର

ବୌଦ୍ଧ ଭଳି ଜିଲ୍ଲାରେ ଫୁଟବଲ, କ୍ରିକେଟ, ବ୍ୟାଡମିଣ୍ଟନ, ସନ୍ତରଣ, ତାଇକୋଣ୍ଡ ଭଳି କ୍ରୀଡା ସହିତ ତୀରନ୍ଦାଜ କ୍ରୀଡା କ୍ଷେତ୍ରରେ ଅନେକ କୃତି କ୍ରୀଡାବିତ ରାଜ୍ୟ ତଥା ଜାତୀୟ ସ୍ତରରେ ଭାଗନେଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହାଛଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବାସ୍କେଟ ବଲ ଓ ହକି ଭଳି କ୍ରୀଡାର ବିକାଶ ପାଇଁ ଉଦ୍ୟମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କ୍ରୀଡାର ବିକାଶ ନେଇ ଅଣ୍ଟା ଭିଡ଼ିଛନ୍ତି ଜଣେ ପ୍ରଶିକ୍ଷକ । ଜିଲ୍ଲାର ସାଲୁଙ୍କୀ ନଦୀ କୂଳରେ ଥିବା ଗିରାସିଙ୍ଗା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ରୀଡା ସହିତ ତୀରନ୍ଦାଜ କ୍ରୀଡାର ପ୍ରଶିକ୍ଷଣ ଦେଇଛନ୍ତି । ପ୍ରଥମଥର ପାଇଁ ଛାତ୍ରଛାତ୍ରୀ ଧନୁତୀର ହାତରେ ଧରି କ୍ରୀଡାରେ ଭାଗ ନେଇଥିବା ଯୋଗୁଁ ଉତ୍ସାହିତ ହୋଇଛନ୍ତି ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.