ETV Bharat / state

ବୌଦ୍ଧରେ ଧୁମଧାମରେ ଶେଷହେଲା ପାରମ୍ପରିକ କୈଳାସୀ ଯାତ୍ରା - ପାରମ୍ପରିକ କୈଳାସୀ ଯାତ୍ରା ପାଳିତ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡ଼ମ୍ବରେ ପାରମ୍ପରିକ କୈଳାସୀ ଯାତ୍ରା ପାଳିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

traditional kailashi yatra in boudh
ବୌଦ୍ଧରେ ଧୁମଧାମରେ ସମ୍ପର୍ଣ୍ଣ ହେଲା ପାରମ୍ପରିକ କୈଳାସୀ ଯାତ୍ରା
author img

By

Published : Nov 5, 2022, 2:10 PM IST

ବୌଦ୍ଧ: ବେଶ ଆଡ଼ମ୍ବର ସହ ପାଳିତ ହୋଇଯାଇଛି ପାରମ୍ପରିକ କୈଳାସୀ ଯାତ୍ରା । ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଥିବା କୈଳାସୀ କୁଠୀରେ କାର୍ତ୍ତିକ ଏକାଦଶୀ ତିଥିରେ ଏହି ପ୍ରାଚୀନ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ପର୍ବ ବନ୍ଦ ରହିଥିବାବେଳେ, ଚଳିତ ବର୍ଷ ଧୁମଧାମରେ ପାଳନ କରାଯାଉଛି ।

ବୌଦ୍ଧରେ ଧୁମଧାମରେ ସମ୍ପର୍ଣ୍ଣ ହେଲା ପାରମ୍ପରିକ କୈଳାସୀ ଯାତ୍ରା

ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ କୈଳାସୀ କୁଠୀରେ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ ପାଳନ କରିଛନ୍ତି । ଏହି ଯାତ୍ରାରେ ବୌଦ୍ଧ ଧର୍ମର ତନ୍ତ୍ର ଦେବୀ ଖଦିରାବଣୀଙ୍କୁ ଥୁଟି ଖଇରାଣୀ ଭାବରେ ଆବାହନ କରାଯାଏ ଏବଂ ଶୁଭ କୈଳାସୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଗ୍ରାମ ନିକଟସ୍ଥ ଜଳାଶୟ କିମ୍ବା ନଦୀକୂଳରେ ଦେବାଦେବୀଙ୍କୁ ଆବାହନ କରାଯାଇଥାଏ । ପାରମ୍ପରିକ ଯାତ୍ରା ନିମନ୍ତେ ଗ୍ରାମର କୈଳାସୀ କୁଠୀରେ ବିଭିନ୍ନ ତନ୍ତ୍ର ଦେବାଦେବୀଙ୍କ କୁଠୀ ଚିତ୍ରାଙ୍କନ କରାଯାଇ ବିଧି ମୁତାବକ ପୂଜାର୍ଚ୍ଚନା ପରେ ବରୁଆଙ୍କ ଦେହରେ ଦେବୀ ଆବିର୍ଭୂତ ହୋଇ ବିଭିନ୍ନ ପ୍ରସଙ୍ଗ ଉପରେ ନିର୍ଦ୍ଦେଶ ଦେଇଥାନ୍ତି ବୋଲି ଲୋକ ବିଶ୍ବାସ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ବୌଦ୍ଧରେ ଜମିଲା ଭସାଣୀ ଯାତ୍ରା, ମେଲାଣି ନେଲେ ମା' ଶ୍ୟାମାକାଳୀ

କେତେକଙ୍କ ମତରେ ଖଇରା ନାମକ ଏକ ସଂପ୍ରଦାୟର ଇଷ୍ଟଦେବୀ ଏହି ତନ୍ତ୍ର ଦେବୀ ହୋଇଥିବାବେଳେ, ଅନ୍ୟ କେତେକ ଏହାକୁ ପୌରାଣିକ ମତାନୁସାରେ ଶିବ ପୁତ୍ରୀ ଶୁଭ କୈଳାସୀଙ୍କୁ ବର୍ଣ୍ଣନା କରି ପୂଜାର୍ଚ୍ଚନା କରିଥାନ୍ତି । ତେବେ ପ୍ରାଚୀନ ଲୋକପର୍ବରେ ପାରମ୍ପରିକ ବାଦ୍ୟ କଳା ଧୂନକେଲୀ ବାଦ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ରହିଥାଏ । ବୌଦ୍ଧ ଜିଲ୍ଲାର ଲାଣ୍ଡିବନ୍ଧ, ସରସରା, ବନ୍ଧାପଥର, ବୃନ୍ଦାବନ, ରାଧାନଗର, ଖଲିଆପାଲି, ବହିରା, ବାଉଁଶୁଣୀ, ଖୁଣ୍ଟବନ୍ଧ, ସିମିଳିପଦର, ଶଗଡା, ବରଗୋଛା, ବରଗାଁ, ଉମା, ଖୁଣ୍ଟିଗୋରା ଭଳି ଅନେକ ସ୍ଥାନରେ ଥିବା କୈଳାସୀ କୁଠୀରେ ପାରମ୍ପରିକ ଲୋକ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.