ETV Bharat / state

ସରକାରଙ୍କ ଶ୍ରମ ସଂଶୋଧନ ଆଇନକୁ ଶ୍ରମିକ ସଂଗଠନ ପକ୍ଷରୁ ବିରୋଧ - Govt Labor Amendment Act

ସରକାରଙ୍କ ଶ୍ରମିକ ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ହିତକୁ ଧ୍ୟାନରେ ନରଖି ପୁଞ୍ଜିପତିଙ୍କୁ ସୁହାଇଲା ଭଳି ଶ୍ରମ ସଂଶୋଧନ କରାଯାଇଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସରକାରଙ୍କ ଶ୍ରମ ସଂଶୋଧନ ଆଇନକୁ ଶ୍ରମିକ ସଂଗଠନ ପକ୍ଷରୁ ବିରୋଧ

author img

By

Published : Sep 23, 2020, 4:48 PM IST

ବୌଦ୍ଧ: ସରକାରଙ୍କ ଶ୍ରମିକ ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ହିତକୁ ଧ୍ୟାନରେ ନରଖି ପୁଞ୍ଜିପତିଙ୍କୁ ସୁହାଇଲା ଭଳି ଶ୍ରମ ସଂଶୋଧନ କରାଯାଇଥିବା ଶ୍ରମିକ ସଂଗଠନ ଅଭିଯୋଗ କରିଛି ।

ଶ୍ରମ ସଂଶୋଧନ ଆଇନରେ ପ୍ରକୃତ ଶ୍ରମିକଙ୍କୁ ଅଣଦେଖା ଅଭିଯୋଗ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବୁଧବାର ଶ୍ରମ ସଂଶୋଧନ ଆଇନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ବିଶେଷ ଭାବରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ ରତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରି ପୁଞ୍ଜିପତିଙ୍କ ସ୍ବାର୍ଥରେ ଏହି ସଂଶୋଧନ ବିଲକୁ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସରକାରଙ୍କ ଶ୍ରମ ସଂଶୋଧନ ଆଇନକୁ ଶ୍ରମିକ ସଂଗଠନ ପକ୍ଷରୁ ବିରୋଧ

ଲକଡାଉନ ସମୟରେ ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବ ଲୋକେ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ବେଳେ ସରକାରଙ୍କ ଏହି ସଂଶୋଧନ ଆଇନ ଶ୍ରମିକଙ୍କ ହିତରେ ନହୋଇ ବରଂ ଶ୍ରମିକ ମାରଣ ନିତି ବୋଲି ଶ୍ରମିକ ସଂଗଠନ ଅଭିଯୋଗ କରିଛି । ଯଦି ସରକାର ଏହାର ପୁନଃବିଚାର ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.