ବୌଦ୍ଧ: ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଖଣ୍ଡବର ଗ୍ରାମ ନିକଟସ୍ଥ ଦହିଖାଇ ଗ୍ରାମ୍ୟ ଜଙ୍ଗଲରେ ଏକ ସପ୍ତାହ ଧରି ପଡିରହିଛି ଏକ ମାଈ ହେଟା ବାଘର ମୃତଦେହ । ଫଳରେ ଉତ୍କଟ ଗନ୍ଧରେ ଫାଟି ପଡୁଛି ସମଗ୍ର ପରିବେଶ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ତେବେ କୌଣସି କାରଣରୁ ମାଈ ହେଟାଟିର ମୃତ୍ୟୁ ହୋଇଥିଲା । କିନ୍ତୁ, ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ବାଘର ମୃତଦେହ ଦୀର୍ଘ ସାତଦିନ ହେବ ଜଙ୍ଗଲରେ ପଡିରହିଛି । ମୃତଦେହକୁ ବନ ବିଭାଗ ନା ପୋଡୁଛି ନା ପୋତୁଛି ଯାହାକୁ ନେଇ ଉକ୍ତ ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡୁଛି । ଆଉ ଏନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ