ETV Bharat / state

ଘୂର୍ଣ୍ଣିଝଡର ତାଣ୍ଡବରେ ବାସହରା ପରିବାର - thunderstorm bouedh

ଗତ ଦୁଇ ଦିନ ତଳେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା କେତେକ ପରିବାର ଏବେ ଖୋଲା ଆକାଶ ତଳେ ଖରାରେ ଦିନ କାଟୁଛନ୍ତି ।

thunderstorm in boudh poor families facing problems
ଘୂର୍ଣ୍ଣିଝଡର ତାଣ୍ଡବରେ ବାସହରା ପରିବାର
author img

By

Published : May 9, 2020, 2:31 PM IST

ବୌଦ୍ଧ: କାଳବୈଶାଖୀର ଉଗ୍ର ରୂପ ଅନେକ ଗରିବ ଲୋକଙ୍କୁ ବାସହରା କରିଛି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା କେତେକ ପରିବାର ଏବେ ଖୋଲା ଆକାଶ ତଳେ ଖରାରେ ଦିନ କାଟୁଛନ୍ତି । ଦୟନୀୟ ଅବସ୍ଥାରେ ଘୂର୍ଣ୍ଣିଝଡରୁ ବର୍ତ୍ତି ଯାଇଥିବା ପରିବାର ।

ଘୂର୍ଣ୍ଣିଝଡର ତାଣ୍ଡବରେ ବାସହରା ପରିବାର

ଗତ ଦୁଇ ଦିନ ତଳେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବୌଦ୍ଧ ଜିଲ୍ଲାର ରକ୍ସା ପଞ୍ଚାୟତର ବାହାଯୋର ଗାଁରେ ପ୍ରକୃତିର ତାଣ୍ଡବଲୀଳା ସମସ୍ତଙ୍କୁ ଆତଙ୍କିତ କରିଥିଲା । ଗାଁର ଗରିବ ଲୋକ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି । କେତେକ ଗରିବ ପରିବାର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି । ପାଞ୍ଚ ପ୍ରାଣୀର ଏକ ପରିବାରକୁ ଘୂର୍ଣ୍ଣିଝଡରେ ଛପର ମାଡି ବସିବାର ଦୀର୍ଘ ସମୟ ପରେ ଗାଁ ଲୋକେ ଉଦ୍ଧାର କରିଥିଲେ । ଏଭଳି ଅନେକ ଗରିବ ଲୋକଙ୍କ ମୁଣ୍ଡ ଉପରେ ଏବେ ଛାଉଣୀ ନାହିଁ ।ଫଳରେ କିଏ ଖୋଲା ଆକାଶ ତଳେ ତ ଆଉ କିଏ ରୋଷେଇ ଘରେ ଦିନ କାଟୁଛନ୍ତି ।ରାଜସ୍ବ ବିଭାଗ ପକ୍ଷରୁ ଏସବୁ ସ୍ଥାନର କ୍ଷୟ କ୍ଷତି ଆକଳନ ଆରମ୍ଭ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.