ETV Bharat / state

ପୋଲିସ ଓ ସ୍ବେଚ୍ଛାସେବୀଙ୍କ ମାନବିକତା, ଫସି ରହିଥିବା ପ୍ରବାସୀଙ୍କୁ ଦେଲେ ଖାଦ୍ୟ

ବୌଦ୍ଧ ଜିଲ୍ଲାରେ ବସରେ ଫସି ରହିଥିବା ଦୁଇ ବସର ପଚାଶରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକଙ୍କୁ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀ ତପନ ସ୍ବାଇଁ ଓ ଅନ୍ୟ ଜଣେ ଯୁବ ସ୍ବେଚ୍ଛାସେବୀ ଖାଦ୍ୟ ଓ ପାଣି ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି । ଅଧିକ ପଢନ୍ତୁ...

The humanity of the police and the volunteers
ପୋଲିସ ଓ ସ୍ବେଚ୍ଛାସେବୀଙ୍କ ମାନବିକତା, ଫସି ରହିଥିବା ପ୍ରବାସୀଙ୍କୁ ଦେଲେ ଖାଦ୍ୟ
author img

By

Published : May 3, 2020, 4:35 PM IST

ବୌଦ୍ଧ: କୋରୋନା ପାଇଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଏବେ ସରକାର ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏପଟେ ଶନିବାର ପ୍ରବାସୀ ଶ୍ରମିକ ସୁରଟରୁ ଆସୁଥିବା ବେଳେ ବୌଦ୍ଧରେ ଦୁଇଟି ବସ ଖରାପ ହୋଇଯାଇଥଲା । ପ୍ରଥମଟି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ନିକଟରେ ଶନିବାର ସକାଳୁ ବସ ଖରାପ ହୋଇଥିବା ବେଳେ ରାତିରେ ଆଉ ଏକ ଶ୍ରମିକଙ୍କୁ ନେଇଯାଉଥିବା ବସ ବୌଦ୍ଧ ବ୍ରିଜଛକ ନିକଟରେ ଖରାପ ହୋଇଯାଇଥିଲା । ବସରେ ଭୋକ ଉପାସରେ ଥିବା ପଚାଶରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ବୌଦ୍ଧ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀ ତପନ ସ୍ବାଇଁ ଓ ଅନ୍ୟ ଜଣେ ଯୁବ ସ୍ବେଚ୍ଛାସେବୀ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ମାନବିକତାର ପରିଚୟ ଦେଇଥିଲେ ।

ପୋଲିସ ଓ ସ୍ବେଚ୍ଛାସେବୀଙ୍କ ମାନବିକତା, ଫସି ରହିଥିବା ପ୍ରବାସୀଙ୍କୁ ଦେଲେ ଖାଦ୍ୟ

ସେପଟେ ଜଣେ ଶ୍ରମିକଙ୍କୁ ଛତିଶଗଡ଼ ପୋଲିସ ବାଧ୍ୟ କରି ଏକ ବସ ଯୋଗେ ଓଡିଶା ପଠାଇ ଥିବାବେଳେ ବସଟି ସମ୍ପୃକ୍ତ ଶ୍ରମିକକୁ ବୌଦ୍ଧ ଠାରେ ଛାଡିଦେଇ ବ୍ରହ୍ମପୁର ଅଭିମୁଖେ ଚାଲିଯାଇଥିଲା । ଆଉ ସେହି ବସଟି ହିଁ କଳିଙ୍ଗା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଗଲା । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଶ୍ରମିକ ନିଜ ଗ୍ରାମକୁ ଯିବା ପାଇଁ କୌଣସି ଅନୁମତି ପତ୍ର ନଥିବାରୁ ସରକାରଙ୍କୁ ସହଯୋଗ ପାଇଁ ଗୁହାରି କରିଛନ୍ତି ।

ଅନ୍ୟପଟେ ବୌଦ୍ଧରେ ଜଣେ କୋରୋନା ଟିହ୍ନଟ ପରେ ଶନିବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ସିଡିଏମଓ ଲକ୍ଷ୍ମୀ ଧର ସାହୁ ଓ ଅନ୍ୟାନ୍ୟ ଅଧିକାରୀ ଜିଲ୍ଲାର ଆମ୍ବଗାଁ,ଘଣ୍ଟାପଡା ପ୍ରଭୃତି ସିମାନ୍ତ ପଞ୍ଚାୟତର ଆଇସୋଲେସନ ସେଣ୍ଟର ବୁଲି ଦେଖିବା ସହ ଲୋକଙ୍କୁ ଆତଙ୍କିତ ନହୋଇ ସଚେତନ ରହିବାକୁ ଅପିଲ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.