ବୌଦ୍ଧ: ବୌଦ୍ଧ ବନଖଣ୍ଡ ପକ୍ଷରୁ ଚଳିତ ବର୍ଷର ପ୍ରଥମ ରଥକାଠ ଅନୁକୂଳ ହୋଇଛି । ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ନିମନ୍ତେ ବିଗତ ଦୁଇ ବର୍ଷ ହେବ ବୌଦ୍ଧ ବନଖଣ୍ଡ ବିଭିନ୍ନ କିସମର ରଥକାଠ ଯୋଗାଇ ଆସୁଛି । ଚଳିତ ବର୍ଷ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ପକ୍ଷରୁ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ଓ ଅନ୍ୟ ଦୁଇ ଜଣ ମହାରଣାଙ୍କ ଉପସ୍ଥିତିରେ ଏହି କାଠ ଅଣାଯିବ ।
ମଙ୍ଗଳବାର ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ହରିବୋଲ ହୁଳହୁଳିରେ ରଥ କାଠ ପାଇଁ ଏକ ଗଛକୁ କଟା ଯାଇଥିଲା । ମାଧପୁର ରେଞ୍ଜ ଅନ୍ତର୍ଗତ ଜଙ୍ଗଲରୁ ଏକ ଗଛକୁ ପୂଜାର୍ଚ୍ଚନା କରି କଟା ଯାଇଥିଲା । ଏହି ସମୟରେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସହିତ ରେଞ୍ଜର ଓ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରଶାସନକୁ କରୋନା ସଂକ୍ରମଣ ଆଶଙ୍କାକୁ ନେଇ ରାଜ୍ୟ ସରକାର କଡାକଡି ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଜାଣତରେ ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ