ETV Bharat / state

24 ଘଣ୍ଟା ଧରି ପଡି ରହିଲା ମୃତଦେହ, ଅନ୍ତିମ ସଂସ୍କାର କଲେନି ସ୍ବେଚ୍ଛାସେବୀ - ସ୍ବେଚ୍ଛାସେବୀ

ସରକାର ସ୍ବେଚ୍ଛାସେବୀଙ୍କୁ ଅବହେଳା କରିବା ପରେ ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ଧରି ମୃତଦେହ ପଡି ରହିଥିଲେ ମଧ୍ୟ ଏହାର ଅନ୍ତିମ ସଂସ୍କାର ହୋଇନାହିଁ । ଅଧିକ ପଢନ୍ତୁ...

24 ଘଣ୍ଟା ଧରି ପଡି ରହିଲା ମୃତଦେହ, ଅନ୍ତିମ ସଂସ୍କାର କଲେନି ସ୍ବେଚ୍ଛାସେବୀ

author img

By

Published : Apr 4, 2021, 4:29 PM IST

ବୌଦ୍ଧ: ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଗତ 24 ଘଣ୍ଟା ଧରି ମୃତଦେହ ପଡିରହିଥିଲେ ମଧ୍ୟ ସ୍ବେଚ୍ଛାସେବୀମାନେ ଏହାର ଅନ୍ତିମ ସଂସ୍କାର କରିନାହାନ୍ତି । ତେବେ ଗତବର୍ଷ କୋରୋନାର ସ୍ଥିତି ସୁଧୁରିବା ପରେ ସରକାର ସ୍ବେଚ୍ଛାସେବୀଙ୍କୁ ଅଣଦେଖା କରିଥିଲେ । ଏଥିଲାଗି ଅନ୍ତିମ ସଂସ୍କାର ପାଇଁ ସ୍ବେଚ୍ଛାସେବୀ ଅନିଚ୍ଛା ପ୍ରକାଶ କରିଛନ୍ତି ।

24 ଘଣ୍ଟା ଧରି ପଡି ରହିଲା ମୃତଦେହ, ଅନ୍ତିମ ସଂସ୍କାର କଲେନି ସ୍ବେଚ୍ଛାସେବୀ

ଗତବର୍ଷ ରାଜ୍ୟରେ କୋରୋନାର କରାଳ ରୂପ ଦେଖିବାକୁ ମିଳିଥିଲା । ନିଜ ଜୀବନକୁ ବାଜି ନ ଲଗାଇ ସେବା ଯୋଗାଇବା ସହିତ ଅନେକ କୋରୋନା ଆକ୍ରାନ୍ତଙ୍କ ଅନ୍ତିମ ସତ୍କାର କରିଥିଲେ ସ୍ବେଚ୍ଛାସେବୀ । ମାତ୍ର ରାଜ୍ୟରେ ସ୍ଥିତି ବିଗିଡିବା ପରେ ସରକାର ଏହି ସ୍ବେଚ୍ଛାସେବୀଙ୍କୁ ଅଣଦେଖା କରିଥିଲେ । ଏହାକୁ ନଜରରେ ରଖି ସ୍ବେଚ୍ଛାସେବୀମାନେ କୋରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିନଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ମାଡି ଆସୁଛି । ତେବେ ସରକାରଙ୍କ ଧାର୍ଯ୍ୟ ସମସ୍ତ କୋରୋନା ଯୋଦ୍ଧାଙ୍କୁ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ଏପ୍ରିଲ ପହିଲାରୁ 45 ବର୍ଷରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ମଧ୍ୟ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଟୀକାକରଣ ସଠିକ ଭାବେ ଚାଲିଥିବା ବେଳେ ଏଭଳି ଘଟଣା ସାମନାକୁ ଆସିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.