ETV Bharat / state

ବୌଦ୍ଧ ଜିଲ୍ଲା ଦକ୍ଷିଣାଞ୍ଚଳ RDC ଠାରୁ ଉତ୍ତରାଞ୍ଚଳ ଆରଡିସିକୁ ସ୍ଥାନାନ୍ତର ହେବ

author img

By

Published : Jul 13, 2021, 5:32 PM IST

ବିଭିନ୍ନ ସଙ୍ଗଠନ ପକ୍ଷରୁ ଦୀର୍ଘ ବର୍ଷ ଧରି ଜିଲ୍ଲାକୁ ବ୍ରହ୍ମପୁର ଆରଡିସି ବଦଳରେ ସମ୍ବଲପୁର ଆରଡିସି ଅଧିନକୁ ସ୍ଥାନାନ୍ତରଣ ପାଇଁ ହୋଇ ଆସୁଥିଲା ଦାବି । ବୌଦ୍ଧ ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ ପରେ ବୌଦ୍ଧ ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଜିଲ୍ଲା ଉତ୍ତରାଞ୍ଚଳ ରାଜସ୍ବ ମଣ୍ଡଳ ଅଧିନକୁ ଆସିବା ନେଇ ମିଳିଲା ସବୁଜ ସଙ୍କେତ । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲା ଦକ୍ଷିଣାଞ୍ଚଳ RDC ଠାରୁ ଉତ୍ତରାଞ୍ଚଳ ଆରଡିସିକୁ ସ୍ଥାନାନ୍ତର ହେବ
ବୌଦ୍ଧ ଜିଲ୍ଲା ଦକ୍ଷିଣାଞ୍ଚଳ RDC ଠାରୁ ଉତ୍ତରାଞ୍ଚଳ ଆରଡିସିକୁ ସ୍ଥାନାନ୍ତର ହେବ

ବୌଦ୍ଧ: ଜିଲ୍ଲା ପାଇଁ ଆସୁଛି ଦୁଇ ଦୁଇଟି ଖୁସି ଖବର । ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆଉ 4 ଗୋଟି ଅଗ୍ନିଶମ କେନ୍ଦ୍ର । ଏହି ତିନୋଟି ବ୍ଲକକୁ ନେଇ 1994 ମସିହାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରଦତ୍ତ ବୌଦ୍ଧ ଜିଲ୍ଲା ଭୌଗୋଳିକ ଓ ସାଂସ୍କୃତିକ ଦୃଷ୍ଟି କୋଣରୁ ପଶ୍ଚିମ ଓଡିଶା ସହ ଓତଃପ୍ରୋତ ଭାବରେ ଜଡ଼ିତ ।

ବ୍ରିଟିଶ ଶାସନ କାଳରେ ବୌଦ୍ଧ ସମ୍ବଲପୁର ପଲଟିକାଲ ଏଜେଣ୍ଟଙ୍କ ଅଧିନରେ ଏକ ଫ୍ୟୁଡାଟୋରୀ ଷ୍ଟେଟ ଭାବରେ ପରିଗଣିତ ହେଉଥିଲା । ତେବେ ଦେଶ ସ୍ବାଧୀନତା ପରେ ବୌଦ୍ଧ ଓ କନ୍ଧମାଳ ଅବିଭକ୍ତ ଜିଲ୍ଲା ଭାବରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧିନରେ ରହିଥିଲା । ବୌଦ୍ଧ ଏକ ସ୍ବତନ୍ତ୍ର ଜିଲ୍ଲା ଗଠନ ସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦୀର୍ଘ ବର୍ଷ ଧରି ଜିଲ୍ଲାକୁ ବ୍ରହ୍ମପୁର ଆରଡିସି ବଦଳରେ ସମ୍ବଲପୁର ଆରଡିସି ଅଧିନକୁ ଅଣାଯିବାକୁ ଦାବି ହୋଇଆସୁଥିଲା ।

ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ ତଥା ବୌଦ୍ଧ ବିଧାୟକଙ୍କ ପ୍ରଚେଷ୍ଟା ଫଳରେ ବୌଦ୍ଧ ଜିଲ୍ଲା ଉତ୍ତରାଞ୍ଚଳ ରାଜସ୍ବ ମଣ୍ଡଳ ଅଧିନକୁ ଆସିବା ନେଇ ସବୁଜ ସଙ୍କେତ ମିଳିଛି । ସେହିପରି ଜିଲ୍ଲାରେ ପୂର୍ବରୁ ଥିବା ଚାରିଛକ, ବୌଦ୍ଧ, ବାଉଁଶୁଣୀ ଓ କଣ୍ଟାମାଳ ସହିତ ଜିଲ୍ଲାରେ ଆଉ ଚାରୋଟି ଅଗ୍ନିଶମ କେନ୍ଦ୍ର ଖୋଲିବ ବୋଲି ସୂଚନା ମିଳିଛି ।

ଜିଲ୍ଲା ପାଇଁ ବର୍ତ୍ତମାନ ସମୟରେ ଦୁଇ ଦୁଇଟି ଖୁସି ଖବର ଆସିଥିବାରୁ ଜିଲ୍ଲାବାସୀ ବେଶ ଆନନ୍ଦ ପ୍ରକାଶ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.