ETV Bharat / state

ସହରାଞ୍ଚଳରେ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ - bpudh child marriage

ବୌଦ୍ଧ ପୁଣି ଏକ ବାଲ୍ୟବିବାହ ରୋକିବାରେ ସଫଳ ହେଲା ଚାଇଲ୍ଡ ଲାଇନ । ଏଥର କିନ୍ତୁ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ସହରାଞ୍ଚଳର ଏକ ବସ୍ତିରେ ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି ପ୍ରଶାସନ । ଅଧିକ ପଢନ୍ତୁ...

ସହରାଞ୍ଚଳରେ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ
ସହରାଞ୍ଚଳରେ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ
author img

By

Published : Mar 26, 2021, 5:11 PM IST

ବୌଦ୍ଧ : ଉଦବେଗ ଜନକ ସ୍ଥିତିରେ ବୌଦ୍ଧ ଜିଲ୍ଲାରେ ବାଲ୍ୟବିବାହ ପ୍ରଥା । ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ସମ୍ମୁଖକୁ ଆସୁଥିବା ବେଳେ ଏହାକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏଥର କିନ୍ତୁ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ପୌରାଞ୍ଚଳର ଏକ ବସ୍ତିରେ ଏହି ବାଲ୍ୟବିବାହକୁ ରୋକିବାରେ ସକ୍ଷମ ହୋଇଛି ଚାଇଲ୍ଡ ଲାଇନ ।

ସହରାଞ୍ଚଳରେ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ବୌଦ୍ଧ ପୌରାଞ୍ଚଳରେ ଆଜି ଏକ ବାଲ୍ୟବିବାହ ହେଉଥିବା ସୂଚନା ପାଇ ଚାଇଲ୍ଡ ଲାଇନ, ବୌଦ୍ଧ ପୋଲିସ ଓ ସମନ୍ବିତ ଶିଶୁ ବିଭାଗର ସହାୟତାରେ ଚଢ଼ାଉ କରିଥିଲା । ପ୍ରତ୍ୟେକ ଦିନ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ପ୍ରଥା ଅତ୍ୟନ୍ତ ଉଦବେଗ ଜନକ ଥିବା ବେଳେ ପ୍ରାୟ ସମୟରେ ଚାଇଲ୍ଡ ଲାଇନ, ସମନ୍ବିତ ଶିଶୁ ବିଭାଗ, ପୋଲିସ ପ୍ରଶାସନର ନିର୍ଦ୍ଦେଶ ମତେ କେତେକ ବିବାହକୁ ରୋକିବାରେ ସମର୍ଥ ହୋଇପାରିଛି ।

ଏପରିକି ଜିଲ୍ଲାର କେତେକ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି । ଚାଇଲ୍ଡ ଲାଇନ ଉଭୟ ବର ଓ କନ୍ୟା ପକ୍ଷକୁ ଶିଶୁ ମଙ୍ଗଳ ସମିତିରେ ହାଜର କରିବା ସହ ସେମାନଙ୍କୁ ବୁଝାସୁଝା କରିବା ପରେ ଏହି ବାଲ୍ୟବିବାହକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.