ବୌଦ୍ଧ : ସରକାର ସ୍କୁଲକୁ ଦଣ୍ତ ମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି । ସ୍କୁଲରେ କୌଣସି ଛାତ୍ରଛାତ୍ରୀଙ୍କୁ ପାଠପଢା ସମୟରେ ମାଡ ନ ମାରିବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଥିଲେ । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବୌଦ୍ଧରେ ।
ବୌଦ୍ଧର ହରଭଙ୍ଗା ବ୍ଲକ ଝାରଖମଣ ବିଦ୍ୟାଳୟରେ ଜଣେ ଛାତ୍ର ଭଜନ ଗୀତ ଲେଖି ନ ପାରିବାରୁ ସ୍କୁଲର ଶିକ୍ଷକ ଛାତ୍ରଙ୍କୁ ଅତ୍ୟନ୍ତ ଅମାନବୀୟ ଭାବରେ ପିଟିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର ଛାତ୍ରଙ୍କୁ ପୁରୁଣା କଟକ ଡାକ୍ତରଖାନାରେ ଚିକିତ୍ସା ସହିତ ହରଭଙ୍ଗା ଥାନାରେ ଏନେଇ ଅଭିଯୋଗ ହୋଇଛି । ଏ ଘଟଣାକୁ ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।
ଇଟିଭି ଭାରତ, ବୌଦ୍ଧ