ବୌଦ୍ଧ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟରେ ସ୍ଥାନ ଅଭାବରୁ ମଧ୍ୟାହ୍ନଭୋଜନ ଖାଉଥିବା ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକର ପ୍ରଥମ ଅପଗ୍ରେଡେଡ ସ୍କୁଲରେ ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପ୍ରଥମ ଅପଗ୍ରେଡେଡ ସ୍କୁଲ ସାମ୍ପୋଚ ବିଦ୍ୟାଳୟ । ଶ୍ରେଣୀ ଗୃହ ତଥା ଆବଶ୍ୟକ ଶିକ୍ଷକ ଅଭାବରୁ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଉଥିବା ବାରଣ୍ଡାରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।
ସ୍ଥାନର ଅଭାବକୁ ଦୃଷ୍ଟିରେ ରଖି ବିଗତ ଦିନରେ ଅନ୍ୟତ୍ର ଚାରି ଏକର ଯାଗା ସ୍କୁଲ ନାମରେ ରଖାଯିବା ସହିତ ଫାଉଣ୍ଡେସନ କାର୍ଯ୍ୟ ସମ୍ପାଦନ ମଧ୍ୟ ହୋଇଛି । କିନ୍ତୁ ଏନେଇ କୌଣସି ଅଗ୍ରଗତି ହୋଇପାରୁ ନାହିଁ । ଏ ସମ୍ପର୍କରେ ପରିଚାଳନା କମିଟି ତଥା ବିଦ୍ୟାଳୟ ପକ୍ଷରୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ