ETV Bharat / state

ରାସ୍ତା ପାଇଁ ନିଆରା ପ୍ରତିବାଦ, କଚ୍ଚା ରାସ୍ତାରେ ତଳି ରୋଇଲେ ଛାତ୍ରଛାତ୍ରୀ

ରାସ୍ତା ପାଇଁ ନିଆରା ପ୍ରତିବାଦ । ପକ୍କା ସଡକ ନ ଥିବାରୁ ରାସ୍ତାରେ ତଳି ରୋଇଲେ ଛାତ୍ରଛାତ୍ରୀ । ବୌଦ୍ଧରୁ ଦେଖିବାକୁ ମିଳିଛି ଏଭଳି ଘଟଣା ।ଅଧିକ ପଢନ୍ତୁ....

student protest for road  in boudh district
ରାସ୍ତା ପାଇଁ ନିଆରା ପ୍ରତିବାଦ, କଚ୍ଚା ରାସ୍ତାରେ ତଳି ରୋଇଲେ ଛାତ୍ରଛାତ୍ରୀ
author img

By

Published : Jul 26, 2020, 2:46 PM IST

ବୌଦ୍ଧ: ରାସ୍ତା ପାଇଁ ନିଆରା ପ୍ରତିବାଦ କଲେ ଛାତ୍ରଛାତ୍ରୀ । ଗାଁକୁ ପକ୍କା ରାସ୍ତା ନ ଥିବାରୁ ରାସ୍ତାରେ ତଳି ରୋଇଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧରେ । କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ସୌରିବେଙ୍ଗସ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିନାହିଁ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶେଷରେ ଗାଁର ଛାତ୍ରଛାତ୍ରୀ ରବିବାର ଦିନ ରାସ୍ତାରେ ଧାନ ତଳି ରୋପଣ କରିଥିଲେ ।

ରାସ୍ତା ପାଇଁ ନିଆରା ପ୍ରତିବାଦ, କଚ୍ଚା ରାସ୍ତାରେ ତଳି ରୋଇଲେ ଛାତ୍ରଛାତ୍ରୀ

ସେହିପରି ପୁରୁଣାକଟକ ପଞ୍ଚାୟତର ଜେନାସାହି ରାସ୍ତାର ଅବସ୍ଥା କଥା ନ କହିବା ଭଲ । କାଗଜପତ୍ରରେ ରାସ୍ତା ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏହି ରାସ୍ତା ଉପରେ ପାଞ୍ଚଟି ଗାଁର ଲୋକେ ନିର୍ଭରଶୀଳ ଥିବା ବେଳେ ବାରମ୍ବାର ଏନେଇ ଅଭିଯୋଗ କରାଯାଇଛି । ହେଲେ, ପଞ୍ଚାୟତ କର୍ତ୍ତୃପକ୍ଷ କି ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.