ETV Bharat / state

STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ - ଏସଟିଏଫ ଚଢାଉ ବୌଦ୍ଧ

ବିପଦରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲର ବନ୍ୟଜନ୍ତୁ, ବଢୁଛି ଶିକାରୀଙ୍କ ପାଦୁର୍ଭାବ । ଅଧିକ ପଢନ୍ତୁ

STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
author img

By

Published : Jun 8, 2022, 9:26 PM IST

ବୌଦ୍ଧ: ବିପଦରେ ଜିଲ୍ଲାର ବିଭିନ୍ନ ଜଙ୍ଗଲର ବନ୍ୟଜନ୍ତୁ । ପାଞ୍ଚଟି ବନାଞ୍ଚଳକୁ ନେଇ ଗଠିତ ବୌଦ୍ଧ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଅନେକ ବନ୍ୟଜନ୍ତୁ ରହିଛନ୍ତି । କିନ୍ତୁ ଜନସଚେତନତା ଅଭାବରୁ ବିଭିନ୍ନ ସମୟରେ ମାଂସ, ଛାଲ, ଦାନ୍ତ ପାଇଁ ଏଭଳି ବନ୍ୟଜନ୍ତୁଙ୍କ ଶିକାର ସହିତ ଚୋରାଚାଲାଣ କରାଯାଉଛି । ଗତ ମାସରେ ବୌଦ୍ଧ ବନାଞ୍ଚଳରେ ଲଗାତାର ଦୁଇ ଦୁଇଟି ଦନ୍ତାହାତୀ ଶିକାର ଘଟଣା ବନବିଭାଗକୁ ଚିନ୍ତାରେ ପକାଇଛି ।

STF ଚଢ଼ାଉ: ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଏହାଛଡା କଣ୍ଟାମାଳ ଅଞ୍ଚଳରେ ଏକାଧିକ ବାର ଏସଟିଏଫ ଚଢ଼ାଉ କରି ବାଘଛାଲ ଜବତ କରିଛି । ସେପଟେ ଜିଲ୍ଲାରେ ବଜ୍ରକାପ୍ତା ଚୋରାଚାଲାଣର ଏକ ବଡ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ଏହି ରାକେଟ ଆନ୍ତଃରାଜ୍ୟ କୁଖ୍ୟାତ ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ସହ ସମ୍ପର୍କ ରଖି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି । ଗତ ମାସରେ ବୌଦ୍ଧ ବନାଞ୍ଚଳ ସାମ୍ପୋଚ ପଞ୍ଚାୟତର ଏକ ଗ୍ରାମରୁ ଗୋଟିଏ ବଜ୍ରକାପ୍ତାକୁ ଏସଟିଏଫ ଜବତ କରିଛି ।

ସେହିପରି କଣ୍ଟାମାଳ ଥାନା ଅନ୍ତର୍ଗତ ଖୁଣ୍ଟିଗୋରା ଅଞ୍ଚଳରେ ଏସଟିଏଫ ଚଢ଼ାଉ କରି ଜଣେ ଯୁବକକୁ ଗିରଫ କରିଛି । ଏଥିସହ ଗୋଟିଏ 12 କିଲୋରୁ ଊର୍ଦ୍ଧ୍ବ ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏନେଇ ବନ ବିଭାଗ ସତର୍କ ଦୃଷ୍ଟି ଦେବା ସହିତ ପ୍ରକୃତ ଅପରାଧିକୁ ଧରି କଠୋର ଦଣ୍ଡ ବିଧାନ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.