ETV Bharat / state

ଆମାଜନରେ ବିକ୍ରି ହେଉଛି ବୌଦ୍ଧର ବାଉଁଶ ହସ୍ତକଳା, ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମ

author img

By ETV Bharat Odisha Team

Published : Dec 14, 2023, 6:13 PM IST

Special training for women group: ବନ ଉନ୍ନୟନ ନିଗମ ଜରିଆରେ ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା । ଜାତୀୟ ତଥା ଅନ୍ତର୍ଜାତୀୟ ମେଳା ମହୋତ୍ସବରେ ବାଉଁଶ ହସ୍ତକଳାର ପ୍ରଦର୍ଶନ ।

ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମ
ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମ
ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମ

ବୌଦ୍ଧ: ମହିଳାଙ୍କୁ ସଶକ୍ତ କରି ରୋଜଗାର ଯୋଗାଉଛି ବାଉଁଶ ହସ୍ତକଳା । ବନ ଉନ୍ନୟନ ନିଗମ ଜରିଆରେ ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା । ଜାତୀୟ ତଥା ଅନ୍ତର୍ଜାତୀୟ ମେଳା ମହୋତ୍ସବରେ ବାଉଁଶ ହସ୍ତକଳାର ପ୍ରଦର୍ଶନ । ଆମାଜନ ମାଧ୍ୟମରେ ଅନଲାଇନ ବ୍ୟବସାୟର ସୁଯୋଗ ସୃଷ୍ଟି । ମହିଳାଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା ସହିତ ସେମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପାଇଁ ପ୍ରଚେଷ୍ଟା ।

ବୌଦ୍ଧ ଜିଲ୍ଲା ଉପାନ୍ତ ଅଞ୍ଚଳର ମହିଳା ଗୋଷ୍ଠୀଙ୍କୁ ବାଉଁଶ ହସ୍ତକଳା ଦେଇଛି ସ୍ବତନ୍ତ୍ର ପରିଚୟ । ଓଡ଼ିଶା ବନ ଉନ୍ନୟନ ନିଗମ ଜରିଆରେ ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ପରେ ସେମାନେ ଜାତୀୟ ତଥା ଅନ୍ତର୍ଜାତୀୟ ମେଳା ମହୋତ୍ସବରେ ଯୋଗ ଦେଇ ପାରିବେ । ଜଙ୍ଗଲ ସମ୍ପଦରେ ପରିପୂର୍ଣ୍ଣ ବୌଦ୍ଧ । ଶାଳପତ୍ର ଠାରୁ ନେଇ ହରିଡା, ଜାମୁ, ଅଁଳା, ବାହାଡା, ଝୁଣା, ମହୁ, ଲାଖ ଭଳି ଅନେକ ପଦାର୍ଥ ମିଳିଥାଏ ଜଙ୍ଗଲରୁ । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅଧିବାସୀ ଜଙ୍ଗଲ ଜାତ ଏହି ପଦାର୍ଥ ସଂଗ୍ରହ କରି ତାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହାଛଡା ବିଭିନ୍ନ ଜଙ୍ଗଲରୁ ଛଣ, ପଟ, ବାଉଁଶ ଆଦିରେ ଅନେକ ହସ୍ତକଳା ଅଞ୍ଚଳର ମହିଳାଙ୍କ ଦ୍ବରା ପ୍ରସ୍ତୁତ ହୋଇ ଆସୁଛି । ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ଟୋକେଇ, କୁଲା, ଭୋଗା, ଘରକରଣ ସାମଗ୍ରୀ, ଚାଙ୍ଗୁଡ଼ି, ଟେବୁଲ୍ ଲ୍ୟାମ୍ପ, ୱାଲ ହ୍ୟାଙ୍ଗର ଭଳି ପାରମ୍ପରିକ ତଥା ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... କ୍ୟାସଲେସ ପେମେଣ୍ଟକୁ ପ୍ରୋତ୍ସାହନ; ଲକ୍ଷ୍ମୀରେ ୟୁପିଆଇ କ୍ୟୁଆର କୋଡ ଶୁଭାରମ୍ଭ

ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ଉପାନ୍ତ ସିନ୍ଦୁରପୁର ଓ ଲୋଇସିଂ ଗ୍ରାମର ବାଉଁଶ ହସ୍ତକଳା ପ୍ରସ୍ତୁତ କରି ମହିଳା ଗୋଷ୍ଠୀ ବେଶ ସୁନାମ ଅର୍ଜନ କରି ପାରିଛନ୍ତି । ବୌଦ୍ଧ ଜିଲ୍ଲାର ଜାଇକା ପକ୍ଷରୁ ଉକ୍ତ ମହିଳା ଗୋଷ୍ଠୀଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି । ଆମାଜନ ମାଧ୍ୟମରେ ଅନଲାଇନ ବ୍ୟବସାୟର ସୁଯୋଗ ସୃଷ୍ଟି ହୋଇ ପାରିଛି । ଏସବୁ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସହିତ ବଣ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଜଙ୍ଗଲ ଜାତ ପଦାର୍ଥ ଓ ବିଭିନ୍ନ ରବି ଜାତୀୟ ଫସଲର ବେଶ ଚାହିଦା ରହିଛି । ଏଭଳି ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା ସହିତ ସେମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ ପାଇଁ ଜିଲ୍ଲା ପ୍ରଶାସନ ତଥା ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

ବାଉଁଶ ହସ୍ତକଳା ପ୍ରଶିକ୍ଷକ ପଞ୍ଚାନନ ମିଶ୍ର କହିଛନ୍ତି, ‘‘ଏଭଳି ହସ୍ତକଳା ମାଧ୍ୟମରେ ମହିଳା ଗୋଷ୍ଠୀ କିଭଳି ଆର୍ଥିକ ସ୍ବାବଲମ୍ବୀ ହେବେ ସେନେଇ ସ୍ବତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଏହାଦ୍ବାରା ମହିଳା ଗୋଷ୍ଠୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ମେଳା ମହୋତ୍ସବରେ ସାମିଲ ହୋଇ ପାରିବେ ।’’

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.