ETV Bharat / state

କୁସଂସ୍କାରର କୁପ୍ରଭାବ: ମାଆର ମୃତଦେହକୁ ଏକାକୀ ବୋହିଲା ପୁଅ - son carry mother deadbody boudh

ମୃତଦେହରୁ ମଧ୍ୟ ବାଦ୍ ପଡୁନି କୁସଂସ୍କାରର ପ୍ରଭାବ । ବାସନ୍ଦ କାରଣରୁ ମାଆର ମୃତଦେହ ଏକାକୀ କାନ୍ଧରେ ବୋହି ମଶାଣୀ ନେଲା ପୁଅ । ଅଧିକ ପଢନ୍ତୁ....

କୁସଂସ୍କାରର କୁପ୍ରଭାବ: ମାଆର ମୃତଦେହକୁ ଏକାକୀ ବୋହିଲା ପୁଅ

author img

By

Published : Feb 26, 2021, 9:18 PM IST

ବୌଦ୍ଧ: ସାମାଜିକ ବାସନ୍ଦ ଯୋଗୁଁ ଏକୁଟିଆ ପୁଅ ମାଆର ଅନ୍ତିମ ସତ୍କାର କରିଛି । ସାମାଜିକ କୁସଂସ୍କାର ଯୋଗୁଁ ବାରମ୍ବାର ଏଭଳି ଘଟଣା ସମ୍ମୁଖକୁ ଆସୁଥିବାରୁ ସ୍ବେଚ୍ଛାସେବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

କୁସଂସ୍କାରର କୁପ୍ରଭାବ: ମାଆର ମୃତଦେହକୁ ଏକାକୀ ବୋହିଲା ପୁଅ
ବୃଦ୍ଧା ମହିଳାଙ୍କୁ ମିଳିଲାନି ଚାରି କାନ୍ଧ । ସାମାଜିକ ବାସନ୍ଦ ଯୋଗୁଁ ମୃତ ମହିଳାଙ୍କ ପୁଅ ଏକାକୀ ମାଆର ମୃତଦେହକୁ ବୋହି ଅନ୍ତିମ ସତ୍କାର କରିଛି । ଏଭଳି ଏକ ଅଭାବନୀୟ ଘଟଣା ଆମ ସାମାଜିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖମନମୁଣ୍ଡା ପଞ୍ଚାୟତ ଗୁଣ୍ଡୁଚିତରା ଗ୍ରାମରେ । ସୂଚନା ମୁତାବକ ଗୁଣ୍ଡୁଚିତରା ଗ୍ରାମର ପ୍ରସନ୍ନ ପୁଟ୍ଟାଙ୍କ ପରିବାରକୁ ଜାତି ସମାଜ କୌଣସି କାରଣରୁ ଦୀର୍ଘଦିନ ହେଲା ବାସନ୍ଦ କରିଛନ୍ତି । ତେବେ ଗତକିଛି ଦିନ ପୂର୍ବରୁ ପ୍ରସନ୍ନଙ୍କ ପିତାଙ୍କ ମୃତ୍ୟୁ ପରେ ସାମାଜିକ ବାସନ୍ଦ କାରଣରୁ ପରିବାର ପକ୍ଷରୁ ଅନ୍ତିମ ସତ୍କାର କରାଯାଇଥିଲା ।

ମାତ୍ର ଏବେ ମାଆଙ୍କ ମୃତ୍ୟୁ ପରେ ଜାତି ସମାଜ କେହି ନ ଆସିବାରୁ ପ୍ରସନ୍ନ ବାଧ୍ୟହୋଇ ଏକାକୀ ମାଆର ମୃତଦେହକୁ ବୋହି ସତ୍କାର କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣାର ଭାଇରାଲ ଭିଡିଓ ସମସାଜର କୁସଂସ୍କାରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ସମୟରେ ଖମନମୁଣ୍ଡା ସରପଞ୍ଚ ଏଭଳି ଦୃଶ୍ୟଦେଖି ଅନ୍ତିମ ସତ୍କାରରେ ସହଯୋଗ କରିଥିବା ଜଣାପଡିଛି । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସାମାଜିକ କୁସଂସ୍କାର ଯୋଗୁଁ ବାରମ୍ବାର ଏଭଳି ଘଟଣା ସମ୍ମୁଖକୁ ଆସୁଥିବାରୁ ସ୍ବେଚ୍ଛାସେବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.