ETV Bharat / state

ଭୋକର ଜ୍ବାଳାରେ ଯୋଗେଶ୍ବର, ଭଙ୍ଗା କ୍ୟାବିନରେ କଟୁଛି ଜୀବନ - ଜଣେ ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ

ଜଣେ ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ । ଜାତୀୟ ରାଜପଥ କଡରେ ଦୀର୍ଘ ଚାଳିଶ ବର୍ଷ ହେଲା କଟୁଛି ଜୀବନ । ଅଧିକ ପଢନ୍ତୁ...

situation of a 80 year old Yogeshwar who lives forty years in street
ଭୋକର ଜ୍ବାଳାରେ ଯୋଗେଶ୍ବର, କ୍ୟାବିନରେ କଟୁଛି ଜୀବନ
author img

By

Published : Jun 2, 2020, 8:48 AM IST

Updated : Jun 2, 2020, 9:23 AM IST

ବୌଦ୍ଧ: ଜୀବନ ଯୁଦ୍ଧରେ ଏକା ଏକା ଲଢୁଛନ୍ତି ଜଣେ ଅସହାୟ ବୃଦ୍ଧ । ଦିନେ ଦୁଇ ଦିନ କିମ୍ବା ମାସେ ନୁହେଁ, ବର୍ଷ ବର୍ଷ ଧରି ଅନ୍ଧାର ରାତି ଓ ଡହଡହ ଖରାରେ ଶିଝୁଛନ୍ତି । ଏ ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ବଂର ବୌଦ୍ଧ ଜିଲ୍ଲା ସଦର ମହକୁମା ନୂତନ ଭାବେ ନିର୍ମିତ କୋଭିଡ କେୟାର ସେଣ୍ଟର ନିକଟସ୍ଥ ଜାତୀୟ ରାଜପଥ କଡର ।

ଭୋକର ଜ୍ବାଳାରେ ଯୋଗେଶ୍ବର, କ୍ୟାବିନରେ କଟୁଛି ଜୀବନ

ପ୍ରାୟ ଅଶୀ ବର୍ଷରୁ ଉର୍ଦ୍ଧ୍ବ ଏହି ବୃଦ୍ଧଙ୍କ ନାମ ଯୋଗେଶ୍ବର ବିନ୍ଧାଣିଆ । ଦିନେ ସ୍ତ୍ରୀ, ପୁଅଝିଅ ସମସ୍ତେ ଥିଲେ । କିନ୍ତୁ ସମୟ ଚକ୍ରରେ ପୁଅ ଓ ସ୍ତ୍ରୀ ଆରପାରିକୁ ଚାଲିଗଲେ । ତିନି ଝିଅ ମଧ୍ୟ ନିଜ ନିଜ ଘର ସଂସାର କରି ବାପାକୁ ଭୁଲିଗଲେ । ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଯୋଗେଶ୍ବର ।

ତୃତୀୟ ପର୍ଯ୍ୟାୟ ଲକଡାଉନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଟିକିଏ ମିଳୁଥିଲା । କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସମୟରୁ ସେତକ ମଧ୍ୟ ମିଳିପାରୁ ନାହିଁ । ଫଳରେ ଦିନଦିନ ଧରି ଭୋକ ଉପାସରେ ତାଙ୍କୁ ରହିବାକୁ ପଡୁଛି ।

ଯଦି କେହି କିଛି ଦୟାକରି ଖାଇବାକୁ ଦେଲା ତ ଭଲକଥା, ନଚେତ ଭୋକର ଜ୍ଵାଳାକୁ ପେଟରେ ଚାପି ଧରି ବୃଦ୍ଧ ଜଣକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଏନେଇ ବୌଦ୍ଧ ପୌର ଅଧିକାରୀ ସୂଚନା ପାଇବା ପରେ ଏହାକୁ ସ୍ବୀକାର କରିବା ସହ ଏହି ଅସହାୟ ବୃଦ୍ଧଙ୍କୁ ଶୀଘ୍ର ବୃଦ୍ଧାଶ୍ରମ କିମ୍ବା ଅନ୍ୟ କୌଣସି ଆଶ୍ରୟ ସ୍ଥଳୀରେ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 2, 2020, 9:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.