ETV Bharat / state

ବିତି ଗଲାଣି 2ବର୍ଷ, ଡାକଘରେ ନାହାଁନ୍ତି ପୋଷ୍ଟ ମାଷ୍ଟର - ଡାକସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଉପାନ୍ତ ଅଞ୍ଚଳରେ ଡାକସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଡାକଘର ଥାଇ ମଧ୍ୟ ସେବା ପାଇପାରୁ ନାହାନ୍ତି ଅଞ୍ଚଳବାସୀ ।

ଡାକଘରେ ଦୁଇ ବର୍ଷ ହେଲା ନାହାଁନ୍ତି ପୋଷ୍ଟ ମାଷ୍ଟର
author img

By

Published : Aug 12, 2019, 11:43 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଡାକସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଡାକଘର ଥାଇ ମଧ୍ୟ ସେବା ପାଇପାରୁ ନାହାଁନ୍ତି ଅଞ୍ଚଳବାସୀ ।

ଡାକଘରେ ଦୁଇ ବର୍ଷ ହେଲା ନାହାଁନ୍ତି ପୋଷ୍ଟ ମାଷ୍ଟର

ଏକ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଭାବରେ ପରିଚିତ ଆମ୍ବଝରୀ ଅଞ୍ଚଳର 44 ଖଣ୍ଡ ଗାଁ । ଗାଁର ଆଶା ଓ ଭରସା ଉପରେ ପଡିଛି ତାଲା । ତାଲା ପୁଣି ଦିନେ କି ମାସେ ନୁହେଁ, ଦୀର୍ଘ ଦୁଇ ବର୍ଷ ହେଲା ଡାକଘରେ ପଡିଛି ତାଲା । ଫଳରେ ଏହି ଉପାନ୍ତ ଅଞ୍ଚଳର 44 ଖଣ୍ଡ ଗାଁ ଲୋକେ ଡାକ ସେବା ସହିତ ଆଧାର କାର୍ଡ, ପାସବୁକ,ଏଟିଏମ କାର୍ଡ ଭଳି ଆବଶ୍ୟକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଦୀର୍ଘ ଦୁଇ ବର୍ଷ ହେଲା ଏଠାରେ ପୋଷ୍ଟ ମାଷ୍ଟର ନଥିବାରୁ ଲୋକେ କିଭଳି ଅସୁବିଧାର ସମ୍ମୁଖୀନ ହେଉଥିବେ ତାହା ସହଜରେ ଅନୁମେୟ । ଘଟଣାକୁ ସ୍ଥାନୀୟ ସରପଞ୍ଚ ନିଜେ ସ୍ବୀକାର କରିବା ସହ ଲୋକେ ଅସୁବିଧା ଭୋଗୁଥିବା ଜଣାଇଛନ୍ତି । ଗାଁ ର ଏକ ଅସ୍ଥାୟୀ ଘରେ ଡାକଘର ଚାଲିଥିବାରୁ ଏଥିପାଇଁ ଗୃହ ଯୋଗାଇ ଦେବାକୁ କହିଛନ୍ତି ସରପଞ୍ଚ । ତୁରନ୍ତ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉପାନ୍ତ ଅଞ୍ଚଳରେ ଡାକସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ।ଡାକଘର ଥାଇ ମଧ୍ୟ ସେବା ପାଇପାରୁ ନାହାନ୍ତି ଅଞ୍ଚଳବାସୀ ।ଏକ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଭାବରେ ପରିଚିତ ଆମ୍ବଝରୀ ଅଞ୍ଚଳର୪୪ ଖଣ୍ଡ ଗାଁ ର ଆଶା ଓ ଭରଷା ଉପରେ ପଡିଛି ତାଲା ।ତାଲା ପୁଣି ଦିନେ କି ମାସେ ନୁହେଁ, ଦୀର୍ଘ ଦୁଇ ବର୍ଷ ହେଲା ଡାକଘରେ ପଡିଛି ତାଲା ।ଫଳରେ ଏହି ଉପାନ୍ତ ଅଞ୍ଚଳର୪୪ ଖଣ୍ଡ ଗାଁ ଲୋକେ ଡାକ ସେବା ସହିତ ଆଧାର କାର୍ଡ, ପାସବୁକ,ଏଟିଏମ କାର୍ଡ ଭଳି ଆବଶ୍ୟକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।ଦୀର୍ଘ ଦୁଇ ବର୍ଷ ହେଲା ଏଠାରେ ପୋଷ୍ଟ ମାଷ୍ଟର ନଥିବାରୁ ଲୋକେ କିଭଳି ଅସୁବିଧାର ସମ୍ମୁଖୀନ ହେଉଥିବେ ତାହା ସହଜରେ ଅନୁମେୟ ।ଘଟଣାକୁ ସ୍ଥାନୀୟ ସରପଞ୍ଚ ନିଜେ ସ୍ବୀକାର କରିବା ସହ ଲୋକେ ଅସୁବିଧା ଭୋଗୁଥିବା ଜଣାଇଛନ୍ତି ।ଗାଁ ର ଏକ ଅସ୍ଥାୟୀ ଘରେ ଡାକଘର ଚାଲିଥିବାରୁ ଏଥିପାଇଁ ଗୃହ ଯୋଗାଇ ଦେବାକୁ କହିଛନ୍ତି ସରପଞ୍ଚ ।ତୁରନ୍ତ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ଡାକଘରେ ଦୁଇ ବର୍ଷ ହେଲା ନାହାଁନ୍ତି ପୋଷ୍ଟ ମାଷ୍ଟର ।

Conclusion:ବାଇଟ-୧-ସୁମନ୍ତ କୁମାର କର୍ଣ୍ଣ, ଆମ୍ବଝରୀବାସୀ
ବାଇଟ-୨-ରିଙ୍କି ଗିରୀ, ସରପଞ୍ଚ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.