ETV Bharat / state

ସୁସ୍ଥ ହୋଇ ଦର୍ଶନ ଦେଲେ ମହାପ୍ରଭୁ, ଭାବବିହ୍ବଳ ଭକ୍ତଗଣ - ମହାବାହୁ

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ଜ୍ବରରେ ପଡି ଅଣସର ଘରେ ଥିଲେ ଚତୁର୍ଦ୍ଧାମୂର୍ତ୍ତି । ହେଲେ ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 2, 2019, 5:00 PM IST

ବୌଦ୍ଧ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ଜ୍ବରରେ ପଡି ଅଣସର ଘରେ ଥିଲେ ଚତୁର୍ଦ୍ଧାମୂର୍ତ୍ତି । ହେଲେ ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଆଉ ମହାପ୍ରଭୁଙ୍କୁ ସୁସ୍ଥ ଅବସ୍ଥାରେ ଦେଖି ଭାବ ବିହ୍ବଳ ହୋଇ ପଡିଛନ୍ତି ଭକ୍ତଗଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଶ୍ରୀମନ୍ଦିରର ନୀତିକାନ୍ତି ଅନୁଯାୟୀ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସମ୍ପନ୍ନ ହୋଇଥାଏ । ତେଣୁ ମଙ୍ଗଳବାର ଅଣସର ଘରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସୁସ୍ଥ ହେବା ପରେ ନେତ୍ରୋତ୍ସବରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ବଡ ଠାକୁରଙ୍କର ଏହି ଦୁର୍ଲଭ ନବଯୌବନ ଦର୍ଶନ କରି ପୂଣ୍ୟ ପ୍ରାପ୍ତି ହେବା ସହ ଆଶ୍ବସ୍ତ ହୋଇଛନ୍ତି ଭକ୍ତଗଣ ।

ଅନ୍ୟପଟେ ଘୋଷଯାତ୍ରାକୁ ରହିଛି ଆଉ ମାତ୍ର ଗୋଟିଏ ଦିନ । ଏନେଇ ମଙ୍ଗଳବାର ସକାଳେ ନେତ୍ରୋତ୍ସବ ଅବସରରେ ରଥ ଉପରେ ବନ୍ଧା ହୋଇଛି ଧ୍ବଜା । ତେଣେ ନେତ୍ରୋତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର ପରିସର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସ୍ନାନ ପୂର୍ଣ୍ଣିମା ଦିନ ଅତ୍ୟଧିକ ସ୍ନାନ ହେତୁ ଜ୍ବରରେ ପିଡୀତ ଚତୁର୍ଦ୍ଧା ବିଗ୍ରହ ଅଣସର ଗୃହରେ ଉପଚାର ହେବାପରେ ଆଜି ନେତ୍ରୋତ୍ସବ ରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।ଏପଟେ ଆତୁର ନୟନରେ ଚାହିଁ ବସିଥିବା ଭକ୍ତ ନିଜ ପ୍ରିୟ ଠାକୁରଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇ ପଡିଛନ୍ତି ।

Body:ଆଉ ଦିନକ ପରେ ଘୋଷଯାତ୍ରା । ଏଣେ ଅଣସର ଘରେ ଚିକିତ୍ସିତ ହୋଇ ସୁସ୍ଥ ହେଲା ପରେ କାଳିଆ ସାଆନ୍ତେ ଆଜି ନେତ୍ରୋତ୍ସବ ରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।ଠାକୁରଙ୍କ ନବଯୌବନ ଦର୍ଶନ କରି ଭକ୍ତ ମଧ୍ୟ ଭାବବିହ୍ବଳ ହୋଇପଡିଛନ୍ତି ।ଶ୍ରୀମନ୍ଦିର ରୀତିନୀତି ରେ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ଆଜି ପବିତ୍ର ରଥ ଉପରେ ଧ୍ବଜା ବନ୍ଧନ ଅନୁଷ୍ଠିତ ହୋଇଥିଲା ।ଆଜି ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସକାଳୁ ନେତ୍ରୋତ୍ସବ ନିମନ୍ତେ ମନ୍ଦିର ପରିସର ଚଳଚଞ୍ଚଳ ରହିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Conclusion:ବାଇଟ-୧-ଶଶୀ ପଣ୍ଡା, ଭକ୍ତ
ବାଇଟ-୨-ନମିତା ପାଢୀ, ଭକ୍ତ
ବାଇଟ-୩-ଅଞ୍ଜଳି ପାଣ୍ଡେ, ଭକ୍ତ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.