ETV Bharat / state

ଦୁଇ ଦନ୍ତାହାତୀ ଶିକାର ଘଟଣା: ମହିଳାଙ୍କ ଚେତା ଫେରିବା ପରେ ବଖାଣିଲେ ସମ୍ପୂର୍ଣ୍ଣ ଘଟଣା - ବୌଦ୍ଧ ଦୁଇ ଦନ୍ତାହାତୀ ଶୀକାର ଅପଡେଟ

ବୌଦ୍ଧ ବନାଞ୍ଚଳର ଭୁର୍କିପଡା ଓ ବେରେଡାବାରି ଜଙ୍ଗଲରେ ଦୁଇ ଦୁଇଟି ଦନ୍ତାହାତୀର ଶିକାର ତଥା ହାତୀ ଦାନ୍ତ ଲୁଟ ଘଟଣାରେ ପୂର୍ବରୁ ବୌଦ୍ଧ ଜଙ୍ଗଲ ବିଭାଗ ତିନି ଜଣଙ୍କୁ ଗିରଫ କରିଥିଲା । ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଘଟଣାରେ ପ୍ରତ୍ୟେକ ଦିନ ନୂଆନୂଆ ମୋଡ ଆସିବାରେ ଲାଗିଛି । ଅଧିକ ପଢନ୍ତୁ

ଦୁଇ ଦନ୍ତାହାତୀ ଶୀକାର ଘଟଣା: ମହିଳାଙ୍କ ଚେତା ଫେରିବା ପରେ ବଖାଣିଲେ ସମ୍ପୂର୍ଣ୍ଣ ଘଟଣା

author img

By

Published : Jun 6, 2022, 7:35 PM IST

ବୌଦ୍ଧ: ଦୁଇ ଦିନ ପରେ ଫେରିଲା ଗୁରୁତର ମହିଳାଙ୍କ ଚେତା । ଦନ୍ତାହାତୀ ଶିକାର ଘଟଣାରେ ପ୍ରତ୍ୟେକ ଦିନ ନୂଆନୂଆ ମୋଡ ଆସିବାରେ ଲାଗିଛି । ବୌଦ୍ଧ ବନାଞ୍ଚଳର ଭୁର୍କିପଡା ଓ ବେରେଡାବାରି ଜଙ୍ଗଲରେ ଦୁଇ ଦୁଇଟି ଦନ୍ତାହାତୀର ଶିକାର ତଥା ହାତୀ ଦାନ୍ତ ଲୁଟ ଘଟଣାରେ ପୂର୍ବରୁ ବୌଦ୍ଧ ଜଙ୍ଗଲ ବିଭାଗ ତିନି ଜଣଙ୍କୁ ଗିରଫ କରିଥିଲା । ପରେ ଗତ ତିନି ଦିନ ପୂର୍ବରୁ ବଘିଆପଡା ବିଟର ବିରିଗଡ ଗ୍ରାମର ଜଣେ ଯୁବକଙ୍କୁ ସନ୍ଦେହରେ ଗିରଫ କରିଥିଲା । ଏଥିସହିତ ଯୁବକଙ୍କ ପତ୍ନୀଙ୍କୁ ମଧ୍ୟ ବନ କର୍ମଚାରୀମାନେ ଉଠାଇ ଆଣି ପ୍ରବଳ ମାଡ ମାରିବା ପରେ ସେ ଚେତାଶୂନ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଦୁଇ ଦନ୍ତାହାତୀ ଶୀକାର ଘଟଣା: ମହିଳାଙ୍କ ଚେତା ଫେରିବା ପରେ ବଖାଣିଲେ ସମ୍ପୂର୍ଣ୍ଣ ଘଟଣା

ସେଭଳି ଚେତାଶୂନ୍ୟ ଅବସ୍ଥାରେ ପୁରୁଷ ବନ କର୍ମଚାରୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଘରେ ଛାଡି ଦେବାପରେ ଗ୍ରାମବାସୀ ମହିଳାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମହିଳା ଜଣକ ଦୁଇ ଦିନ ଚେତାଶୂନ୍ୟ ରହିବା ପରେ ତାଙ୍କ ଚେତା ଫେରିଥିଲା । ଘଟଣା ସମ୍ପର୍କରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବାବେଳେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଚେତା ଫେରିବା ପରେ ଗୁରୁତର ମହିଳା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.