ETV Bharat / state

ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ

author img

By

Published : Sep 7, 2020, 9:45 PM IST

ବନ୍ୟା ପୀଡିତଙ୍କ ନିକଟରେ ପହଞ୍ଚିଲେ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ଦିନିକିଆ ବୌଦ୍ଧ ଗସ୍ତରେ ଆସି ସେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବନ୍ୟା ପ୍ରପୀଡିତଙ୍କ ନିକଟରେ ପହଞ୍ଚିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ

ବୌଦ୍ଧ: ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ସୋମବାର ଦିନିକିଆ ବୌଦ୍ଧ ଗସ୍ତରେ ଆସି ସେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନ ସହ ଏସମ୍ପର୍କରେ ଆଲୋଚନା କରିଥିଲେ ।

ମହାନଦୀରେ ବନ୍ୟା ଆଶଙ୍କା ଟଳିଛି ସତ, ହେଲେ ଅନେକ ଗରିବ ଲୋକ ଓ ଚାଷୀଙ୍କ ପାଇଁ ଦୁଃଖ ଆଣିଦେଇଛି । ଚଳିତ ବର୍ଷ ବନ୍ୟା ରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳର ଚାଷଜମି ଉଜୁଡି ଯାଇଥିବା ସୂଚନା ମିଳିଛି । ଆଜି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

ପରେ ନରସିଂହ ମିଶ୍ର ବୌଦ୍ଧ ଜିଲ୍ଲା ପ୍ରଶାସନ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଗରିବ ଲୋକଙ୍କୁ କିଭଳି ସାହାଯ୍ୟ ମିଳିବ ତଥା ବିଶେଷ ଭାବରେ କ୍ଷତି ଗ୍ରସ୍ତ ହୋଇଥିବା ଚାଷୀଙ୍କ ସମସ୍ୟା ଦୂର ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଏହି ଅବସରରେ ନରସିଂହ ମିଶ୍ର ଚାଷ ପାଇଁ ଆବଶ୍ୟକ ସାରର କଳାବଜାର ରୋକିବାକୁ କୃଷି ଅଧିକାରୀ ଙ୍କୁ କଡା ତାଗିଦ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.